ହେଡଲାଇନସ୍:

ଲକଡାଉନ ବେଳେ ଆସୁଛନ୍ତି ବାହାର ରାଜ୍ୟ ଓ ଜିଲ୍ଲାର ଲୋକ: ପ୍ରଶାସନ ନୀରବଦ୍ରଷ୍ଟା, ବାସିନ୍ଦାଙ୍କ ମନରେ ଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନିୟମ ଭାଂଗି କେନ୍ଦ୍ରାପଡାରୁ  ଆସି ଏମ୍ସିଏଲ ସେଣ୍ଟାଲ ୱାର୍କଶପରେ କାମକଲେ କର୍ମଚାରୀ

  • ଲୋକଙ୍କ ଅଭିଯୋଗ ପରେ ବାଧ୍ୟ ହୋଇ ରହିଲେ ହୋମ କ୍ବାରେଣ୍ଟାଇନରେ

ଝାରସୁଗୁଡା ଲଖନପୁର ବ୍ଲକରୁ  ପ୍ରଶନ୍ନ କୁମାର ସିଂହ : COVID-19 ପାଇଁ ସରକାର ଙ୍କ ଦ୍ଵାରା ନିର୍ମିତ ନୀତି ନିୟମ ଥିଲେ ସୁଦ୍ଧା ଶ୍ରୀ ପ୍ରଭାସ ରଂଜନ ପଣ୍ଡା ସପତ୍ନୀ  ତାଙ୍କ କାର OD14R/3361ରେ ସୁଦୁର ଯାଜପୁର ଜିଲ୍ଲାର କୁଆଖାଇ ରସୁଲପୁରରୁ ବାହାରି ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା  ରାଜକନିକା ର ଦାମୋଦର ପୁରରୁ ଗତ ତ।୧୭/୦୫/୨୦୨୦ରିଖ ପ୍ରାୟ ସକାଳ ୮ଟା ରେ ବାହାରି ରାତି ପ୍ରାୟ ୧୨ଟା ରେ C.W.S./M-104 ନମ୍ବର କ୍ବାର୍ଟରରେ ପହଞ୍ଚିଥିଲେ।

୧୮ତାରିଖରେ କିଛି ଲୋକ ବନ୍ଧବାହାଲ ପଞ୍ଚାୟତ ର ସରପଞ୍ଚ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ତାଙ୍କ ଆସିବା ବିଷୟରେ ଅବଗତ କରିଥିଲେ।  ଅଙ୍ଗନବାଡ଼ି କର୍ମୀ ହୋମ୍ କ୍ବାରେଣ୍ଟାଇନରେ  ରହିବାକୁ ଶ୍ରୀ ପଣ୍ଡାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରୀ ପଣ୍ଡା  G.M ଶ୍ରୀ ପ୍ରଶାଦ ଙ୍କ ନିର୍ଦ୍ଦେଶନାରେ   ପରବର୍ତ୍ତୀ ଦୁଇ ଦିନ ସେଣ୍ଟ୍ରାଲ ୱାର୍କସାପରେ କାମ କରିଥିଲେ। ଦ୍ବିତୀୟ ଦିନରେ ସହ କର୍ମଚାରୀ ମାନେ ଅଭିଯୋଗ କରି ଥିବାରୁ ଜି.ଏମ.ମାନେଜର ବାନାର୍ଜୀଙ୍କ ଜରିଆରେ ହୋମ୍ କ୍ବାରେଣ୍ଟାଇନ ପରାମର୍ଶ ଦେଇ କଲୋନୀ CWS-104କୁ ପଠାଇ  ଦେଇଥିବା କହିଥିଲେ ଜି.ଏମ୍ ପ୍ରସାଦ। 

ଇଏ ତ ଗୋଟାଏ ନମୁନା କେବଳ, କିନ୍ତୁ ବନ୍ଧବାହାଲରେ ଏମିତି ଲୋକ ମାଳ ମାଳ । ଏମିତି ଅନେକ ଅନ୍ୟ ରାଜ୍ୟ ଓ ଜିଲ୍ଲା ରୁ ଆସି ବନ୍ଧବାହାଲ ଅଞ୍ଚଳରେ ରହିଥିବା ବେଳେ ଲୋକେ ଅଭିଯୋଗ କଲେ ବି କିଛି ଲାଭ ମିଳୁନି ।  ସରପଞ୍ଚ କି ପ୍ରଶାସନ ଜାଣିଶୁଣି ନିରବଦ୍ରଷ୍ଟା। ଏଣୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଓ ଭୟ ର ବାତାବରଣ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପକରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

0
0
0
s2sdefault