ହେଡଲାଇନସ୍:

ଝାରବନ୍ଧ ଅଞ୍ଚଳରେ ଧାନର ଅଭାବି ବିକ୍ରି : ଅସାଧୁ ବ୍ୟବସାୟିଙ୍କ ପଛରେ ରାଜନୈତିକ ଆଶୀର୍ବାଦ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ:ସରକାରଙ୍କ ପ୍ରତିଶୃତି ମତେ ମଣ୍ଡି ମାଧ୍ୟମରେ ଧାନ କିଣୁ ନ ଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ଧାନ ର ଅଭାବୀ ବିକ୍ରି କରୁଛନ୍ତି ।ସ୍ଥାନୀୟ ବେପାରୀ ମାନେ ସ୍ବଳ୍ପ ମୂଲ୍ୟ ଦେଇ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି । ଧାନ ର ସରକାରି ମୂଲ୍ୟ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଲାଭ ଖୋର ସ୍ଥାନୀୟ ବେପାରୀ ମାନେ କୁଇଣ୍ଟାଲ ପିଛା ଚାଷୀ ମାନଙ୍କୁ ଦେଉଛନ୍ତି ମାତ୍ର ୧୨୫୦/୧୨୦୦ ଶହ ଟଙ୍କା ସରକାର ଙ୍କ ପକ୍ଷରୁ ଧାନ କୁଇଣ୍ଟାଲ ୧୮୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ସ୍ଥଳେ ମିଲର ମାନେ ମଧ୍ୟ ୩.୪ kg ଧାନ କାଟି ଦେଇଥାନ୍ତି ।ଫଳରେ କ୍ଷତି ରେ ପଡିଛି ଚାଷୀ । ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀଙ୍କୁ ୨୦୦୦ ଟଙ୍କା ଖର୍ଚ୍ଚ ପଡୁଥିବା ବେଳେ ସରକାର ଚାଷୀଙ୍କଠାରୁ ମାତ୍ର ୧୮୧୫ ଟଙ୍କା ରେ ଧାନ କିଣୁଛନ୍ତି । ଲାକଡାଉନ ଯୋଗୁଁ ଅନ୍ୟ ରାଜ୍ୟରୁ ଧାନ ବେପାରୀ ମଧ୍ୟ ଆସୁନାହିଁ ।

ପଡୋଶୀ ଛତିଶଗଡ ରୁ ବ୍ୟବସାୟି ମାନେ ଆସି ଚାଷୀଙ୍କଠାରୁ ଧାନ କିଣି ନେଇଥାନ୍ତି । ଏ ବର୍ଷ ଲକ ଡାଉନ ଯୋଗୁଁ ତାହା ସମ୍ଭବ ହୋଇନାହିଁ । ତେଣୁ ସ୍ଥାନୀୟ ବ୍ୟବସାୟି ଙ୍କୁ ଚାଷୀ ଉତ୍ପାଦନ ଖର୍ଚ୍ଚ ଠାରୁ କମ ମୂଲ୍ୟ ରେ ଧାନ ବିକିବାକୁ ବାଧ୍ୟ ହେଉଛି ।ଏଥି ଯୋଗୁଁ ଚାଷୀମାନଙ୍କ ମଧ୍ୟ ରେ ତୀବ୍ର ଅଶନ୍ତୋଷ ଓ ହତାଶ ପ୍ରକାଶ ପାଇଛି । ବରଗଡ ଜିଲ୍ଲା ଝାରବନ୍ଦ ବ୍ଲକର ଡଭା ,ଲଉଡିଦରହା ସେବା ସମବାୟ ସମିତି ଅଧୀନରେ ଥିବା ବିଭିନ୍ନ ଗ୍ରାମ ମାନଙ୍କ ରେ ରବିରୁତୁ ର ଧାନ ପ୍ରବଳ ଚାଷ କରିଛନ୍ତି । ଚାଷୀ ଙ୍କ ଠାରୁ ଧାନ କିଣିବାପାଇଁ ଯୋଗାଣ ବିଭାଗ ପୂର୍ବ ରୁ ଘୋଷଣା କରିଥିବା ବେଳେ ।ସରକାର ସମବାୟ ସମିତି କୁ ଚିଠି ଲେଖିଛନ୍ତି ।

ଏ ବିଷୟ ରେ ବରଗଡ ଜିଲ୍ଲା କୃଷକ ସଙ୍ଘ ସମିତି ପକ୍ଷ ରୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଧାନ ବିକ୍ରି ହୋଇ ନ ପାରିଲେ ଚାଷୀ ମାନେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ । ତେଣୁ ସରକାର ପ୍ରତିଶୃତି ଅନୁଯାୟୀ ଧାନ କିଣିବା ପାଇଁ ଜିଲ୍ଲାପାଲଙ୍କ ନିକଟ ରେ ଦାବି କରାଯାଇଛି । କୃଷକସଙ୍ଘ ର ଚାଷୀନେତା କିଶୋର ଦେବତା, ରମେଶ ମହାପାତ୍ର ,ଜୟକୃଷ୍ଣ ସାହୁ ,ଲକ୍ଷ୍ମଣ ପ୍ରଧାନ ଜିଲ୍ଲା ପାଳଙ୍କୁ ଶୀଘ୍ର ଧାନ କିଣିବା ସକାଶେ ସେବା ସମବାୟ ସମିତିରେ ବ୍ୟବସ୍ତା କରିବାକୁ ଜଣାଇଛନ୍ତି ।

0
0
0
s2sdefault