ହେଡଲାଇନସ୍:

ଅମାନିଆ ଦୋକାନିଙ୍କ ଠାରୁ ୮,୨୦୦ ଟଙ୍କା ଜରିମାନା ଆଦାୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଂଚଳରୁ ପ୍ରଥମ କରୋନା ପଜେଟିଭ ବାହାରି  ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୧୦ ଅଙ୍କକୁ ଛୁଇଁସାରିଛି । ତଥାପି ସ୍ଥାନୀୟ ଜନସାଧାରଣଙ୍କ ମନରେ ଚେତା ପଶିନି  । ଆଜି ଅପରାହ୍ନ ୨ପରେ ଦୋକାନବଜାର ଖୋଲାଥିବା ଖବର ପାଇ ସ୍ଥାନୀୟ ତହସିଲଦାର ଅମାନିଆ  ଦୋକାନିଙ୍କ ଉପରେ ଚଢାଉ ଆରମ୍ଭ କରିଥିଲେ । ଓଡ଼ଗାଁ, ବଡ଼ପୁଟ ଓ ଶରଣକୁଳ ବଜାର ଚଢାଉବେଳେ ୮ହଜାର ୨ଶହ ଟଙ୍କା ଜୋରୀମାନା ଆଦାୟ ହୋଇଥିଲା । ସୂଚନା ଥାଉକି ଅପରାହ୍ନ ୧ଟା ମଧ୍ୟରେ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସାବିତ୍ରୀ ଅମାବାସ୍ୟା ପାଇଁ ବଜାର ଦିର୍ଘ ସମୟ ଧରି ଗହଳଚହଳ ଲାଗିରହିଥିବା ଦେଖିବାକୁ ମିଳିଥିଲା । 

0
0
0
s2sdefault