ହେଡଲାଇନସ୍:

ଅମ୍ଫାନ ବାତ୍ୟା ମୁକାବିଲା: ବାରିପଦା ଗସ୍ତରେ ଆସି ସମୀକ୍ଷା କଲେ ବବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ତୃଣ ମୂଳସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସବୁ ଦଳୀୟ ସଦସ୍ୟ, କର୍ମକର୍ତ୍ତା  ଅମ୍ଫାନର ମୁକାବିଲା ପାଇଁ ଲୋକଙ୍କ ସେବାରେ ପ୍ରସ୍ତୁତ ରହିବାକୁ ଦେଲେ ପରାମର୍ଶ 

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜରେ କରୋନାକୁ ଲଢେ଼ଇ ଜାରି ରହିଥିବା ବେଳେ ଆସୁଛି ଅମ୍ଫାନ ବାତ୍ୟା ।  ଜିଲ୍ଲାରେ ଅମ୍ଫାନ ବାତ୍ୟା  ବିରାଟ ପ୍ରାକୃତିକ ବିପର୍ଯ୍ୟୟ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏହାକୁ ସଫଳତାର ସହିତ ମୁକାବିଲା କରିବା ଜିଲ୍ଲାବାସୀଙ୍କ କ୍ଷେତ୍ରରେ ମସ୍ତବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ଗତ ୨୦୧୩ ଅକ୍ଟୋବର ୧୩ ଫାଇଲିନର ତାଣ୍ଡବ ଓ ଏହା ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାର କରାଳ ବିଭିଷିକା ଜିଲ୍ଲାବାସୀଙ୍କ ମନରୁ ଲିଭି ନ ଥିବା ସମୟରେ କରୋନା ମହାମାରୀର ସମ୍ମୁଖୀନ ହୋଇଛନ୍ତି । ଏହି ସମୟରେ ଅମ୍ଫାନ ବାତ୍ୟା ଜନସାଧାରଣଙ୍କ ଉଦବେଗକୁ ବଢ଼ାଇ ଦେଇଛି । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୂଦ୍ରିକ ଘୂର୍ଣ୍ଣିଝଡ଼ା ସମ୍ଭାବ୍ୟ ଅମ୍ଫାନର ମୁକାବିଲା କରିବା ନିମନ୍ତ ଜିଲ୍ଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ପ୍ରସ୍ତୁତ ରହିଥିବା ବେଳେ ଆଜି ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ବାରିପଦା ଗସ୍ତରେ ଆସି ବାରିପଦା ସାର୍କିଟ ହାଉସ ପରିସରରେ ସମ୍ଭାବ୍ୟ ଅମ୍ଫାନ ମହାବାତ୍ୟାକୁ କିପରି ସଫଳତାର ସହିତ ମୁକାବିଲା କରାଯାଇ ପାରିବ, ଏଥିରେ ବିଜେଡ଼ିର ବିଭିନ୍ନ ଉଇଙ୍ଗଗୁଡ଼ିକର ଭୂମିକା ଆଦି ସମ୍ପର୍କରେ ଦଳୀୟ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା ପୂର୍ବକ ସମୀକ୍ଷା କରିଥିଲେ । ତୃଣ ମୂଳସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ଦଳୀୟ ସଦସ୍ୟ, କର୍ମକର୍ତ୍ତା ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଜରୁରୀକାଳୀନ ବିହିତ ପଦକ୍ଷେପ ସ୍ୱରୁପ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରାଇବାକୁ ନିର୍ଦ୍ଦେଶ ଦେବା ସହ  ସର୍ବସାଧାରଣ ଏଦିଗରେ ସତର୍କତା ଅବଲମ୍ବନ ପୂର୍ବକ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।  ମୟୂରଭଞ୍ଜ ଜିଲ୍ଲାର ବିଶେଷକରି ନଦୀ ଉପକୂଳବର୍ତ୍ତୀ ବ୍ଲକ ଅଂଚଳ ସମେତ ଅନ୍ୟାନ୍ୟ ସମସ୍ତ ବ୍ଲକର ତଳିଆ ଅଂଚଳ ଏବଂ ଝାଟିମାଟି ଚାଳ ଛପର, କଚ୍ଚା ଘର, ବସ୍ତି ଅଂଚଳ ଲୋକମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପଡିଲେ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ଓ ଏଥିପାଇଁ ସମସ୍ତ ବ୍ଲକ/ସହରାଂଳରେ ଥିବା ବହୁମୁଖୀ ଆଶ୍ରୟ କେନ୍ଦ୍ର ଗୃହ/ବିଦ୍ୟାଳୟ ଗୃହମାନଙ୍କରେ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅତ୍ୟାବଶ୍ୟକୀୟ ପିଡିଏସ୍ ସାମଗ୍ରୀ ଯୋଗାଣ ସହିତ ଆପଦକାଳୀନ ସମୟରେ ଏନଡ଼ିଆରଏଫ, ଓଡ଼ରାଫ ଓ ଅଗ୍ନିଶମ ଆଦି ଟିମ ସହିତ ସମନ୍ନୟ ରକ୍ଷା କରି  ଆନୁସଙ୍ଗିକ ସୁବିଧା ଆଦି ସମସ୍ତ କ୍ଷେତ୍ରରେ ପ୍ରଶାସନକୁ ସହାୟତା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । 

          ଏହି ସମୟରେ ମୋରଡ଼ା ବିଧାୟକ ରାଜ କିଶୋର ଦାସ,  ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ଓଡ଼ିଶା ବିଧାନସଭାର ପୂର୍ବତନ ଉପସଭାପତି ସାନନ୍ଦ ମାର୍ଣ୍ଡି, ବିଜେଡ଼ିର କାର୍ଯ୍ୟକାରିଣୀ ସଭାପତି ତଥା ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ତଥା ମୟୂରଭଞ୍ଜ ଏସଡ଼ିଏସଚିର ପୂର୍ବତନ ଚେୟାରମେନ ଡ଼ା. ଦେବାଶିଷ ମାର୍ଣ୍ଡି, ବିଜେଡ଼ି ମହିଳା ମୋର୍ଚ୍ଚା ସଭାପତି ବୀଣାପାଣୀ ସାହୁ, ଯୁବ ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ଦେବାଶିଷ ପାତ୍ର, କୃଷ୍ଣାନନ୍ଦ ମହାନ୍ତି, ନିରୋଜ ସାହୁ, ଅନନ୍ତ ଦାସ, ସରୋଜ ବୋଷ ପ୍ରମୁଖ ଉପସ୍ଥିତ ରହିଥିଲେ । 

0
0
0
s2sdefault