ହେଡଲାଇନସ୍:

ଭୁତାଣୁ ଖେଳୁଛି ଲୁଚୁକାଳି : ଆଜି ହେଇଗଲା ଯୁକ୍ତ, ମୁକ୍ତ ହେଇଥିଲା କାଲି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର : ଭୁତାଣୁ କରୋନା ଏବେ ଲୁଚୁକାଳି ଖେଳୁଛି | କୌଣସି ଅଂଚଳ କରୋନାମୁକ୍ତ ହୋଇଗଲା ବୋଲି କହିବା କଷ୍ଟକର ବ୍ୟାପାର | ଯେମିତି କି କାଲି ସକାଳେ ସରକାରଙ୍କ ପକ୍ଷରୁ ସକାଳେ କୁହାଗଲା ଭୁବନେଶ୍ୱର ଓ ଜଗତସିଂପୁର କରୋନା ମୁକ୍ତ ହେଲା ବୋଲି | ହେଲେ ଓଳିଏ ସଂଭାଳିଲାନି କରୋନା, ଏକାଥରେ ଜଗତସିଂପୁରରୁ ବାହାରିଲା ୨୦ କରୋନା ପଜିଟିଭ | ଆଜି ସେମିତି ଭୁବନେଶ୍ୱରରେ ଦୁଇଜଣ କରୋନା ପଜିଟିଭ ବାହାରିଲେ |  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଦୁଇଜଣ କରୋନା ପଜିଟିଭ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କୁହାଯାଇଛି  | ସେମାନଙ୍କ ମଧ୍ୟରେ ଜଣେ କମିସନରେଟ ପୋଲିସର କନେଷ୍ଟବଳ ବୋଲି ଜଣାପଡିଛି |  ନିଜେ କମିସନରେଟ ପୋଲିସପକ୍ଷରୁ କୁହାଯାଇଛି ଯେ ଜଣେ କନେଷ୍ଟବଳ ଛୁଟିରୁ ଫେରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା  | ତାଙ୍କର କୋବିଦ ପଜିଟିଭ ବାହାରିବା ପରେ ତାଙ୍କୁ କୋବିଦ କେୟାର ସେଣ୍ଟରକୁ ପଠାଯାଇଛି | ୩୬ବର୍ଷ ବୟସ୍କ ଏହି କନେଷ୍ଟବଳ ଜଣକ ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି |  

0
0
0
s2sdefault