ହେଡଲାଇନସ୍:

ଲୁହୁରାଚଟିରେ ଥିବା ବୋର୍ଡର ଚେକ ଗେଟରୁ ଗଜପତି ଓ ଗଂଜାମ ଗଲେ ୯୮ ପ୍ରବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରବାସୀଙ୍କ ଘରବାହୁଡା ସୁଗମ କରିବାକୁ ଦିନରାତି ଏକ କରିଦେଇଛି ସ୍ଥାନୀୟ ପ୍ରଶାସନ 

ବରଗଡ :-  ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଲୁହୁରାଚଟିରେ ଥିବା ବୋର୍ଡର ଚେକ ଗେଟରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ କ୍ୟାମ୍ପ  କରାଯାଇଛି । ଏଠାରେ ପ୍ରବାସୀଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ଆଦି କରାଯାଉଛି । ମହାରାଷ୍ଟ୍ରରୁ ଗତକାଲି ଆସିଥିବା ୪୭ ଜଣ ପ୍ରବାସୀଙ୍କୁ ପ୍ରଶାସନ ତରଫରୁ  ଖାଦ୍ୟପେୟ ପରିବେଷଣ କରି ଏକ ସୁରକ୍ଷିତ ଜାଗାରେ ରଖା ଯାଇଥିଲା । ଆଜି ସେମାନଙ୍କୁ ଖାଦ୍ୟପେୟ ବ୍ୟବସ୍ଥା କରି ଏକ ବସରେ ସମସ୍ତଙ୍କୁ ଗଂଜାମ ପଠାଗଲା । ଆଉ ଏକ ବସରେ ୫୧ ଜଣଙ୍କୁ ଗଜପତି ଓ ଗଂଜାମ ପଠାଗଲା । ଆଜି ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ,ସୋହେଲା ବିଡ଼ିଓ ବିଶ୍ୱ ରଞ୍ଜନ କର,ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ମାନଙ୍କ ବ୍ୟବସ୍ଥା କରିଥିଲେ ।  ବାସ୍ତବିକ ଗ୍ରାଉଣ୍ଡ ଜ଼ିରୋରେ ପ୍ରବାସୀଙ୍କ ଘରବାହୁଡା ସୁଗମ କରିବାକୁ ଦିନରାତି ଏକ କରିଦେଇଥିବା ସ୍ଥାନୀୟ ପ୍ରଶାସନର  ସମସ୍ତ ପ୍ରଶାସନିକ ଅଧିକାରୀ ତଥା ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦର ପାତ୍ର |

0
0
0
s2sdefault