ହେଡଲାଇନସ୍:

ରେଢାଖୋଲ ବ୍ଲକ୍ ଲୁହାପଙ୍କ ଗ୍ରାମକୁ କରାଗଲା ସାନିଟାଇଜ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ରେଢାଖୋଲ :ଗତ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାରେ ପ୍ରଥମ କରୋନି ପଜିଟିଭ ବାହିରି ଥିବା ରେଢାଖୋଲ ବ୍ଲକର ଲୁହାପଙ୍କ କ୍ୱାରେନଟାଇନ୍‌ରେ ଆଜି ସକାଳେ ରେଢାଖୋଲ ଦମକଳ ବାହିନୀ ଓ ଲୁହାପଙ୍କ ସରପଞ୍ଚ ଅଶ୍ୱିନୀ ପ୍ରଧାନଙ୍କ ସହଯୋଗରେ ଗ୍ରାମରେ ପ୍ରତ୍ୟେକ ସାହିକୁ ଯାଇ ସାନିଟାଇଜ କରାଯାଇଛି। ଏପରିକି ପାଖ ଗ୍ରାମ ବେତଗଡ ଓ କେନ୍ଦୁଖୁପିଲିକୁ ମଧ୍ୟ ସାନିଟାଇଜ୍ କରାଯାଇଛି। ଏହି ସାଇନିଟାଇଜ୍ ରେ ଦମକଳ ବାହିନୀର ବରିଷ୍ଠ ଅଧିକାରୀ ଓ ସରପଞ୍ଚ ସହଯୋଗ କରି ସାନିଟାଇଜ୍ କରିଥିଲେ। ଗ୍ରାମରେ କରୋନା ଭୂତାଣୁ କିପରି ପଶି ପାରିବ ନାହିଁ ଏଥିପାଇଁ ସାନିଟାଇଜ୍ କରାଯାଇଛି । ବର୍ତ୍ତମାନ ଲୁହାପଙ୍କ କ୍ୱାରେନଟାଇନ୍ ଗୃହରେ ୧୯ ଜଣ ପ୍ରବାସୀ ବ୍ୟକ୍ତି ରହୁଛନ୍ତି। ଗତ ୧୭ ତାରିଖ ଦିନ ଜଣଙ୍କୁ କରୋନା ପଜିଟିଭ ବାହାରିବାରୁ ସେଠାରେ ଥିବା ପ୍ରବାସୀମାନଙ୍କ ମଧ୍ୟରେ ଭୟରବାତାବରଣ ଦେଖାଦେଇଛି।

0
0
0
s2sdefault