ହେଡଲାଇନସ୍:

ବୁଢ଼ୀ ମାଁ ଙ୍କୁ ଠେଙ୍ଗା ରେ ପିଟି ପିଟି ହତ୍ୟା କଲା ପୁଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ଜଣେ ମାଁ ଗୋଟେ ଛୁଆକୁ  ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ । ହେଲେ ବଡ ହେଲା ପରେ ଜନ୍ମିତ ମାଁକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ରୁ ଲୋମ ଟାଙ୍କୁରି ଉଠେ । ଠିକ୍ ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍  ଅଞ୍ଚଳରେ ।

ନିଜର ଜନ୍ମିତ ମାଁ କୁ ଠେଙ୍ଗା ରେ ପିଟିପିଟି ହତ୍ୟା କରିବା ଭଳି ଘଟଣା ସମଗ୍ର କିଶୋର ନଗର ବ୍ଲକ୍ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।  ସୂଚନା ଅନୁସାରେ କିଶୋରନଗର ଥାନା ଓଷ୍କାପାଲି ପଞ୍ଚାୟତର ସାହାଜବାହାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଏହି ଗ୍ରାମର ଜଣେ 70 ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କର ସାନ ପୁଅ ଠେଙ୍ଗାରେ ପିଟି ପିଟି ବୁଢୀ ମାଆକୁ ଜୀବନରୁ ମାରି ଦେଇଛି । ଘରୋଇ କଳିରୁ ମଦୁଆ ପୁଅ ଜଣକ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ବୋଲି ସୂଚନା ମିଳିଛି । ମୃତ ବୃଦ୍ଧାଙ୍କ ନାମ ଅନ୍ନପୂର୍ଣ୍ଣା ବେହେରା ହୋଇଥିବାବେଳେ ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ସାନ ପୁଅ ଆର୍ତ୍ତୋତ୍ରାଣ ବେହେରା ।

ଗତକାଲି ସଂନ୍ଧ୍ୟାରେ ଅନ୍ନପୂର୍ଣାଙ୍କ ସାନପୁଅ ଆର୍ତ୍ତୋତ୍ରାଣ ବେହେରା ଅତ୍ୟଧିକ ମଦ୍ୟପାନ କରି ଘରକୁ ସଂନ୍ଧ୍ୟାରେ ଆସି କୌଣସି କଥାକୁ ନେଇ ବୁଢୀ ମାକୁ ଏକ ଠେଙ୍ଗାରେ ପିଟିପିଟି ରକ୍ତାକ୍ତ କରିଦେଇଥିଲା । ଗୁରୁତର ଅବସ୍ଥାରେ ବୁଢୀମାଆକୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁଢୀ ମାଆର ମୃତ୍ୟୁ ହୋଇଛି ।  ତେବେ ଅଭିଯୁକ୍ତ ଜଣକ ଫେରାର୍‌ ରହିଥିବାବେଳେ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

0
0
0
s2sdefault