ହେଡଲାଇନସ୍:

 ହାଇଦ୍ରାବାଦରେ ଥିବା ରୋଗୀଣା ଯିଏ ସୂର୍ଯ୍ୟକୁ ଓଡିଶା ଆଣିବା ପାଇଁ ଛୁଟିଲା ସହାୟତା ସୁଅ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,ଲଇଡା (ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତ ର ବୈଜାପାଲି ଗ୍ରାମ ର ହାଇଦ୍ରାବାଦ ରେ ଅସୁସ୍ଥ ଥିବା ସୂର୍ଯ୍ୟ ମାଝି ର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ଆର୍ଥିକ ସାହାଯ୍ୟ ପାଇଁ ଲୋକେ ଆଗେଇ ଆସିଛନ୍ତି l ରେଙ୍ଗାଲି ର ସ୍ବାଧିନ ଏକତା ସଂଗଠନ ର ସଭାପତି ରାଜିବ ମିଶ୍ର ରେଡକ୍ରସ ମାଧ୍ୟମରେ ସମ୍ବଲପୁର ଜିଲ୍ଲାପାଳ ଙ୍କୁ ସୂର୍ଯ୍ୟ ମାଝି ର ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କଲାପରେ ରେଡକ୍ରସ ତରଫରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଅଛି। ସେହିପରି ଲଇଡା କଲେଜ ର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ ପଟେଳ ୩ ହଜାର , ଓ ସୂର୍ଯ୍ୟ ମାଝି ର ସହପାଠିନି ନଫିସା ଆଜମି ୧ ହଜାର ଓ ସହପାଠି ୫୦୦ ଟଙ୍କା ପଠାଯାଇଥିବା ଜଣାପଡିଛି  I ଅଂଚଳ ବାସୀ ସମସ୍ତେ ଅସୁସ୍ଥ  ସୂର୍ଯ୍ୟ ମାଝି ର ଶିଘ୍ର ଆସୁ ଆରୋଗ୍ୟ କାମନା କରିଛନ୍ତି।

0
0
0
s2sdefault