ହେଡଲାଇନସ୍:

ପୁରା ଅଫିସକୁ ସ୍ପ୍ରେ ମାରି ସାନିଟାଇଜ କଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- କୋରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ପାଇଁ ବର୍ତ୍ତମାନ ସମସ୍ତେ ନିଜ ନିଜ ସାଧ୍ୟମତେ ଚେଷ୍ଟା ଚଳାଇଛନ୍ତି । ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ସତ କିନ୍ତୁ ଯେତେଦିନ ପର୍ଯନ୍ତ ଜନସାଧାରଣ ସଚେତନ ନହେବେ ସେତେଦିନ ପର୍ଯ୍ୟନ୍ତ ଏହି ମହାମାରୀକୁ ରୋକିବା କଷ୍ଟକର ହେବ । ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ , ବଦାନ୍ୟ ବ୍ୟକ୍ତି , ସଚେତନ ନାଗରିକ ପ୍ରତେକ ଦିନ ଭିନ୍ନ ଭିନ୍ନ ଉପାୟରେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ଏହି କ୍ରମରେ ଆଜି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ସକାଳେ ଅଫିସ ଆସିବା ପରେ ପ୍ରଥମେ ତହସିଲ କାର୍ଯଳୟକୁ ଭୁତାଣୁ ମୁକ୍ତ କରିବା  ପାଇଁ ପୁରା ଅଫିସ ପରିସରକୁ ସାନିଟାଇଜ କରିଥିଲେ  । ଉଭୟ ଅଧିକାରୀ ସ୍ପ୍ରେ ମେସିନ ଧରି ଭୁତାଣୁ ନାଶକ ତରଳ ସ୍ପ୍ରେ କରୁଥିବା ଦେଖି ତହସିଲ ଅଫିସକୁ କାମରେ ଆସିଥିବା ଲୋକ ଉଭୟ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରତ୍ୟେକ ଦିନ ତହସିଲ କାର୍ୟାଳୟକୁ ଶହ ଶହ ଲୋକ କାମ ପାଇଁ ଆସିଥାନ୍ତି ଏହାସହିତ ଏହି ଅଫିସ ରେ ଅନେକ କର୍ମଚାରୀ ମଧ୍ୟ କାର୍ଯରତ ଅଛନ୍ତି ସମସ୍ତେ ଯେମିତି ସୁରକ୍ଷିତ ରହିବେ ସେଥିପାଇଁ ଅଫିସ କୁ ନିୟମିତ ସାନିଟାଇଜ କରିବା ନିହାତି ଆବଶ୍ୟକ । ଆଗାମୀ ଦିନରେ ମଧ୍ୟ ଆବଶ୍ୟକତା ଅନୁସାରେ ଅଫିସ ପରିସର କୁ ସାନିଟାଇଜ କରାଯିବ । ଲୋକେ ମଧ୍ୟ ନିଜର ସୁରକ୍ଷା ପାଇଁ ସରକାର ଙ୍କର ଦ୍ୱାରା କୋବିଡ଼ 19 ବାବଦରେ ଜାରି କରାଯାଇଥିବା ଦିଶା ନିର୍ଦେଶର ପାଳନ କରନ୍ତୁ ବୋଲି ତହସିଲଦାର ଶ୍ରୀ ମେହେର କହିଛନ୍ତି ।

0
0
0
s2sdefault