ହେଡଲାଇନସ୍:

ପଦ୍ମପୁର ଠାରେ ସବଡିଭିଜନ ସ୍ତରୀୟ ୧୨୭ତମ ଆମ୍ବେଦକର ଜୟନ୍ତୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 



ପଦ୍ମପୁର/Neel Deep -ଶନିବାର ଦିନ ବି.ଆର ଆମ୍ବେଦକର ସଙ୍ଘ ପଦ୍ମପୁର ଆନୁକୂଲ୍ୟରେସବଡିଭିଜନ ସ୍ତରୀୟ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପଦ୍ମପୁର ସ୍ଥିତ ରିକ୍ରିଏସନ ସେଣ୍ଟର ଠାରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ବି.ଆର ଆମ୍ବେଦକର ସଙ୍ଘ ପଦ୍ମପୁରର କର୍ମକର୍ତ୍ତା ବଳଦେବ ସୁନା,ଉପେନ୍ଦ୍ର ଦୀପ,ରବିଚନ୍ଦ୍ର ସୁନା,ଏଲିଆଜର ନାଗ,ପ୍ରହଲ୍ଲାଦ ମହାନନ୍ଦ,ଜଗଦିଶ ନାଗ,ଦୁବରାଜ କୁମ୍ଭାର,ଅଲେଖ ବାଗ,ମୂଳନିବାସୀ ଛାତ୍ର ଓ ଯୁବ ସାମୁଖ୍ୟର କର୍ମକର୍ତ୍ତା ଗୋପବନ୍ଧୁ ଶିକା,ଗୋବର୍ଦ୍ଧନ ଛତର,ଅଞ୍ଜନ ପ୍ରଧାନ,ସୁନିଲ ତାଣ୍ଡି,ଚନ୍ଦ୍ରହାସ୍ୟ ଜାଲ,ଅମ୍ବେଦକର ଯୁବକ ସଙ୍ଘ ଫଟାମୁଣ୍ଡାର କର୍ମକର୍ତ୍ତା ନିରୋଜ କୁମ୍ଭାର,ରାଜେଶ ମହାନନ୍ଦ,ସନ୍ତୋଷ ବାରିକ,ସଙ୍ଗୀତ ସମିତି ପଦ୍ମପୁରର କର୍ମକର୍ତ୍ତା ରାଜେଶ ଗୁର୍ଲା ଓ ରମେଶ ଗୁର୍ଲିଙ୍କ ନେତୄତ୍ବରେ ଏକ ବାଇକ ରେଲିର ଆୟୋଜନ କରାଯାଇ ପଦ୍ମପୁର ସହର ପରିକ୍ରମାକରାଯାଇଥିଲା ।ପଦ୍ମପୁର ସବଡିଭିଜନର ପୂର୍ବତନ ଉପଜିଲ୍ଲାପାଳ ତଥା ବରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ  ତପିରାମ ମାଝୀ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ ସମ୍ଭୁପ୍ରସାଦ ହରପାଲ ଏଥିରେ ସହାୟତା କରିଥିଲେ ।ଏହାପରେ ରିକ୍ରେସନ ସେଣ୍ଟର ପଦ୍ମପୁର ଠାରେ ସଙ୍ଘର ସଭାପତି  ବଳଦେବ ସୁନାଙ୍କ ନେତୄତ୍ବରେ ଆମ୍ବେଦକର ଜୟନ୍ତୀ ପାଳନ ସକାଶେ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜବୋଡାସମ୍ବର ବ୍ଳକଅଧ୍ୟକ୍ଷ   କୁମରମଣୀ ନାଏକ,ସମ୍ମାନୀତ ଅତିଥି ଭାବରେ  ସୁନ୍ଦରମଣୀ ମହାନନ୍ଦ,ମଣି ମହାନନ୍ଦ,ଲାଲମୋହନ କନ୍ଧେର ଓ ମୁଖ୍ୟ ବକ୍ତା ଭାବରେ  କ୍ଷେତ୍ରୀ ଲୁହାର ଯୋଗଦେଇ ଡ. ବି.ଆର ଆମ୍ବେଦକରଙ୍କ ଜୀବନି ଉପରେ ଆଲୋକପାତ କରିବା ସହିତ ସମ୍ପ୍ରଦାୟର ଉନ୍ନତି ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୋନିକା ବିଭାରଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।ସେବା,କ୍ରୀଡ଼ା, କଳା,ରାଜନୀତି ଓ ହସ୍ତକର୍ମ କ୍ଷେତ୍ରରେ ନିଜ ନିଜ ପାରଦର୍ଶିତା ପ୍ରଦାନ କରିଥିବା ଦଳିତ ସମ୍ପ୍ରଦାୟର ଡ.ସତ୍ୟନାରାୟଣ ତାଣ୍ଡି,ଡ.ରବିନ୍ଦ୍ର ମାହାର,ରସୁଲ କୁମ୍ଭାର,ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକୁମାରୀ ତାଣ୍ଡି,ବ୍ଳକଅଧ୍ୟକ୍ଷ କୁମରମଣୀ ନାଏକ ଓ ଚମରୁ ପାତ୍ରଙ୍କୁ ସଙ୍ଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷକ  କ୍ଷୀରସିନ୍ଧୁ ସୁନା ମଞ୍ଚ ପରିଚାଳନା କରିଥିଲେ ଏବଂ  ଉପେନ୍ଦ୍ର ଦୀପ ଉପସ୍ଥିତ ସମସ୍ତ ଦଳୀୟ ସମ୍ପ୍ରଦାୟର ବ୍ୟକ୍ତି ତଥା ମଞ୍ଚାସୀନ ଅତିଥି ଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault