ହେଡଲାଇନସ୍:

ବିବାଦରେ  ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକାଙ୍କ ନିଯୁକ୍ତି ନବୀକରଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରୀ ମାର୍ଗଦର୍ଶିକାର ଚରମ ଉଲ୍ଲଙ୍ଘନ ଅଭିଯୋଗ 

ମହିଳା କର୍ମଚାରୀଙ୍କ ଚୌକି ମୋହ ଆଗରେ ଆଂଠେଇପଡିଛି ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନ

ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ) - ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ଭାବେ କାର୍ଯ୍ୟ କରି ଆସିଥିବା ଜଣେ ମହିଳା କର୍ମଚାରୀ ଏକବର୍ଷରୁ ଉର୍ଦ୍ଧ  ହେବ ଚାକିରୀରୁ ଅବସର ଗ୍ରହଣ କରିଥିବା ବେଳେ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବର୍ତ୍ତମାନ ପର୍ଯ୍ୟନ୍ତ  ଚୌକିକୁ କଳେବଳେ କୌଶଳେ ମାଡ଼ି ବସିଛନ୍ତି | ତାଛଡା ତାଙ୍କ ଚୌକି ମୋହ ଆଗରେ ମଧ୍ୟ ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏକପ୍ରକାର ଆଣ୍ଠେଇପଡି ଅବସର ଗ୍ରହଣ କରିଥିବା ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ପୁନଃ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ପଦରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିଛନ୍ତି | ହେଲେ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ସରକାର ଯାଏଁ କାହିଁକି ଏତେ ବ୍ୟତିବସ୍ତ ତାହା ଏବେ ଜିଲ୍ଲାର ବିଭିନ୍ନ ମହଲରେ ଚର୍ଚ୍ଚାର ମୁଖ୍ୟ କାରଣ ହୋଇଛି | ଏଠାରେ ସୂଚନାଯୋଗ୍ୟ ଯେ ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଦୀର୍ଘ ଏକ ବର୍ଷ ହେବ ଚାକିରିରୁ ଅବସର ଗ୍ରହଣ କରିଥିବା ବେଳେ ଅବସର ଗ୍ରହଣ ପରେ ତାଙ୍କୁ ଜିଲ୍ଲା ପରିପାର୍ଶ୍ଵିକ ଉନ୍ନୟନ ପାଣ୍ଠିରୁ ପୁଣି ବର୍ଷେ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ଭାବରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା | ହେଲେ ଏପ୍ରିଲ - 30 ରେ ତାଙ୍କର ନିଯୁକ୍ତିର ଅବଧି ଶେଷ ହେଉଥିବା ବେଳେ କୁଆଡେ ସେ ଜିଲ୍ଲା ପାରିପାର୍ଶ୍ବିକ ଉନ୍ନୟନ ସଂସ୍ଥାର ମୁଖ୍ୟଙ୍କ ଅଗୋଚରରେ ନିଯୁକ୍ତିର ନବୀକରଣ କରାଇବାରେ ସଫଳ ହୋଇଛନ୍ତି | ଏହା ନିଶ୍ଚିତ ଯେ ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତି ପାଇ ଜିଲ୍ଲାପାଳଙ୍କ ସହାୟିକା ଭାବରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳଙ୍କ ଠାରୁ ମଧ୍ୟ ବେଶୀ କ୍ଷମତାଶାଳୀ ଓ ପ୍ରଭାବଶାଳୀ | ତେଣୁ ତାଙ୍କ ନିଯୁକ୍ତି ନବୀକରଣର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲାର ସଚେତନ ମହଲରେ ଦାବୀ ହୋଇଛି | ନିୟମାନୁସାରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପରବର୍ତ୍ତୀ କାଳରେ ପୁନଃନିଯୁକି କିମ୍ବା ଚୁକିଭିତ୍ତିକ ନିଯୁକ୍ତି ଦିଆଗଲେ ସେହି ବ୍ୟକ୍ତିଙ୍କ ଗ୍ରେଡ ଅନୁସାରେ ପାଉଣା ଦିଆଯିବା କଥା | କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଗତ ସହାୟିକାଙ୍କୁ  ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରି ପାଉଣା ଦିଆଯାଉଥିବା ଅଭିଯୋଗ ହୋଇଛି |  ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ତିଆରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ପୁନଃନିଯୁକ୍ତି କିମ୍ବା ଚୁକ୍ତିଭିତିକ ନିଯୁକ୍ତି ପାଇଁ ଅବସର ପ୍ରାପ୍ତ କର୍ମଚାରୀଙ୍କ ଶେଷ ମାସର ପାଉଣା ଉପରେ ନିର୍ଦ୍ଧାରିତ ହୋଇଥାଏ ବର୍ଗିକରଣ | ତାହାର ଆଧାରରେ ରାଜ୍ୟ ସଂଶୋଧିତ ଦରମା ହାର ଓଆରଏସପି  ନିର୍ଦ୍ଧାରଣ ହୋଇଥାଏ | ହେଲେ ଚୁକ୍ତିଭିତିକ ନିଯୁକ୍ତି ପାଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ୨୦୧୯ ଅପ୍ରେଲ ମାସରେ ଅବସର ଗ୍ରହଣ କରିଥିବା ବେଳେ ଅବସର ନେବା ସମୟରେ ତାଙ୍କର ପାଉଣା ୬୬ ହଜାର ଥିଲା |  ପାଉଣା ହିସାବରେ ତାଙ୍କର କେଟେଗୋରି ୧୧ ରୁ ୧୪ ମଧ୍ୟରେ ଅଛି ବୋଲି ଜଣାପଡିଛି | ତେଣୁ ତାଙ୍କର ଚୁକ୍ତିଭିତିକ ନିଯୁକ୍ତି କାର୍ୟ୍ଯରେ ମାସକୁ ୩୦ ହଜାର ଟଙ୍କା ଭିତରେ ପାଉଣା ପାଇପାରିବା କଥା | କିନ୍ତୁ ଯାହା ଜଣାପଡିଛି ସେ ପାଉଣା ହିସାବରେ ଅର୍ଥ ବିଭାଗର ମାର୍ଗଦର୍ଶିକାକୁ ଅବମାନନା କରି ମାସକୁ ୪୦ ହଜାର ଟଙ୍କା ପାଉଣା ନେଉଛନ୍ତି | ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ପଦବୀରୁ କର୍ମଚାରୀ ଜଣକ ଅବସର ନେବା ପୂର୍ବରୁ ହିଁ ସମୟକୁ ହାତରେରଖି ଅତି ଚତୁରତାର ସହିତ ଚୁକ୍ତିଭିତିକ ନିଯୁକ୍ତି ପାଇଁ ସେହି ସମୟରେ ତତ୍କାଳୀନ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିଥିଲେ | ତାଙ୍କୁ ପ୍ରଥମେ ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ନିଯୁକ୍ତି ଏବଂ ପାଉଣା ଦେବା ନିମିତ୍ତ ଅନୁମୋଦନ ପାଇଁ ଖଣିଜ ବିଭାଗକୁ ପଠାଇଥିଲେ କିନ୍ତୁ ଖଣିଜ ବିଭାଗ  ସୁପାରିଶକୁ ଖାରଜ କରିଦେଇଥିଲେ | ତାହାପରେ ତାଙ୍କୁ ପୁଣି ଜିଲ୍ଲା ପାରିପାର୍ସିକ ଉନ୍ନୟନ ସଂସ୍ଥା ତରଫରୁ ପାଉଣା ଦେବାପାଇଁ ଜିଲ୍ଲାପାଳ ସୁପାରିଶ କରିଥିଲେ ଏବଂ ସେହି ଆଧାରରେ ତାଙ୍କୁ ନିଯୁକ୍ତି ମିଳିଥିଲା | ହେଲେ ଜଣେ ସହାୟିକାଙ୍କ ପାଇଁ ତତ୍କାଳୀନ ଜିଲ୍ଲାପାଳ କାହିଁକି ଏତେ କ୍ରିୟାଶୀଳ ହେଲେ, କାହିଁକି ତାଙ୍କ ପାଖରେ ଆଣ୍ଠେଇ ପଡିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଇଛି | ଯେହେତୁ ସୁନ୍ଦରଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଏହି ଜିଲ୍ଲାର ଲୋକସଂଖ୍ୟା ହାରାହାରି ୧୫ ଲକ୍ଷରୁ ଉର୍ଦ୍ଧ୍ବ | ତେଣୁ ଏହି ଜିଲ୍ଲାରେ ବିଭିନ୍ନ ସମୟରେ ଉପରିସ୍ଥ ଅଧିକାରୀ ମାନେ ବିଭିନ୍ନ ହରିଲୁଟ ଚଳାଇ ଆଦିବାସୀ ବହୁଳ ଜିଲ୍ଲାରେ ନିଜର ପତିଆରା ଜାରି ରଖିବାର ଅନେକ ଦୁଷ୍ଟାନ୍ତ ରହିଛି | ଏତେବର୍ଷ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଚାକିରୀ କରି ଅବସର ନେବାପରେ ପୁଣି ଆଗତୁରା ତତ୍କାଳୀନ ଜିଲ୍ଲାପାଳଙ୍କୁ ଆୟତ୍ତ କରି ପୁଣି ଚୁକ୍ତିଭିତିକ ସହାୟିକା ପଦବୀରେ ରହିବା ପାଇଁ ନିଜର ରଣକୌଶଳ ପ୍ରୟୋଗ କରିବା ପଛରେ କାହାର ସାହସ ଓ ଅନୁକମ୍ପା ରହିଛି ତାହା ନିଶ୍ଚିତ ଭାବରେ ରହସ୍ୟମୟ | ତେଣୁ ଏ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାର ଏକ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ବହୁତ ଆବଶ୍ୟକ ଅଟେ |  ଅପରପକ୍ଷରେ ଦେଖିବାକୁ ଗଲେ ସରକାରୀ ଚାକିରୀରୁ ଅବସର ନେବାପରେ ସରକାରୀ ନିୟମ ଅନୁଯାୟୀ ୩ ମାସ ମଧ୍ୟରେ ରହୁଥିବା ସରକାରୀ ଘରକୁ ସରକାରଙ୍କୁ ହସ୍ତାନ୍ତର କରିଦେବା କଥା କିନ୍ତୁ ଏହି ଚୁକ୍ତିଭିତିକ ସହାୟିକା କାଗଜପତ୍ରରେ ଉପରତଳ କରି ଅତିରିକ୍ତ ଜିଲ୍ଲାପାଳ ସହାୟକଙ୍କ ନାମରେ ରହିଥିବା ଘରରେ କେଉଁ ଆଧାରରେ ରହି ଆସୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ବିସ୍ମିତ କରିଛି | ସାଧାରଣ ଜନତା ପାଇଁ ଜିଲ୍ଲା ପ୍ରଶାସନକୁ ହିଁ  ସରକାର ବୋଲି ଭାବିଥାନ୍ତି | ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯଦି ଏହିପରି ନିୟମ ଉଲଙ୍ଘନ ହେବ ତାହେଲେ ସାଧାରଣ ଜନତା କାହାକୁ ଭରସା କରିବେ ତାହାହିଁ ଆଜିର ବଡ଼ ପ୍ରଶ୍ନବାଚୀ | ଅପରପକ୍ଷରେ ଦେଖିବା ପାଇଁ ଗଲେ ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ସମ୍ପଦ ପାଣ୍ଠିରୁ ଅତି ଚତୁରତାର ସହିତ ନିଜ ରାଜ୍ୟର ଗାଁ ପାଖର ଜଣେ ଠିକାଦାରଙ୍କୁ  ଜିଲ୍ଲାକୁ ଆଣି  ରିଜେନ ମାର୍କେଟ, ରଙ୍ଗାଢ଼ିପା  ସାପ୍ତାହିକ ବଜାର ପିଣ୍ଡି ,ସର୍କିଟ ହୋଉସ ଏବଂ ଜିଲ୍ଲାପାଳଙ୍କ ବାସଭବନରେ ଭଳି ଅନେକ କାର୍ଯ୍ୟ  ପରୋକ୍ଷରେ ଏହି ସହାୟିକା ନିଜେହିଁ  ଠିକାକାର୍ଯ୍ୟ କରି ଆସୁଛନ୍ତି ଯେଉଁ କାର୍ଯ୍ୟ ନା କୌଣସି ଗଣମାଧ୍ୟମ ରେ ପ୍ରକାଶିତ ହୁଏ ସବୁକାମ ଗୁଡ଼ିକ ଭିତିରି ବାହାରି କରି କାଗଜପତ୍ର ରେ ୧୦ ଲକ୍ଷ କୁ ୨୦ କରାଯାଇ ଜିଲ୍ଲା ଖଣିଜ ସଂପଦ ପାଣ୍ଠିର୍ ଭରପୁର ଆନନ୍ଦ ଉଠାଇ ଛନ୍ତି ଏହି ସହାୟିକା ବୋଲି ଜନସାଧାରଣ ରେ ଅଭିଯୋଗ ହେଉଛି  | ଜିଲ୍ଲାରେ ଥିବା ପାଖାପାଖି ୨୦୦ଟି ଛୋଟବଡ଼  କମ୍ପାନୀ ଗୁଡ଼ିକର୍  କାର୍ଯ୍ୟକୁ ଅତି ହୁସିଆରି ସହିତ ଡ଼ିଳ କରି କୋଟିକୋଟି ଟଙ୍କା ଉପାର୍ଜନ କରିଛନ୍ତି  ବୋଲି ମଧ୍ୟ ଅଭିଯୋଗ ହୋଇଛି | ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପରିପାର୍ସିକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ତ୍ରିଦେଵ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଏବଂ ମୁଁ ଜିଲ୍ଲାପାଳଙ୍କୁ ନିଜେହିଁ କହିଛି ତାପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଳ ପବନ କଲ୍ୟାଣ ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ବୋଲି ଶ୍ରୀଯୁକ୍ତ ପ୍ରଧାନ କହିବା ସହ ଆହୁରି କହିଛନ୍ତି ଯେ ଜଣେ ବର୍ଷେ ଆଗରୁ ଅବସର ନେଇ ଥିବା ସତ୍ତ୍ୱେ  କେଉଁ ଆଧାରରେ ଜିଲ୍ଲାପାଳଙ୍କ ବାସଭବନ ଅଫିସରେ କାର୍ଯ୍ୟ କରୁଛନ୍ତି କି ସେ ଜଣେ ଏଜେଣ୍ଟ  ହିସାବରେ ବିନା କୌଣସି ବଦବୀରେ ନଥାଇ ଖୋଦ ଜିଲ୍ଲାପାଳଙ୍କ ବାସଭବନର କାର୍ଯ୍ୟାଳୟ ରେ କାର୍ଯ୍ୟ କରିବା ବିସ୍ମୟ ସୃଷ୍ଟି କରିଛି | ଅପରପକ୍ଷରେ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ବୁଝିବା ପରେ ସେ କହିଛନ୍ତି ହଁ ଘଟଣା ବିଷୟରେ ମୁଁ ରିପୋର୍ଟ ତିଆରି କରୁଛି ଏବଂ ଜିଲ୍ଲାପାଳଙ୍କୁ ରିପୋର୍ଟକୁ ଅତିଶୀଘ୍ର ଦେବୀ ବୋଲି ମତବ୍ୟକ୍ତ କରିଛନ୍ତି |

 

0
0
0
s2sdefault