ହେଡଲାଇନସ୍:

ଦଇତା ସେବକ ମାନଙ୍କ ପାଇଁ ଅନୁଷ୍ଠିତ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ ( ଶାସକ ପ୍ରଶାସକ) : ଶ୍ରୀଜୀଉଙ୍କ ରଥଯାତ୍ରାରେ ଦଇତା ସେବକମାନଙ୍କ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଥିବା ବେଳେ ସେମାନଙ୍କ ପାଇଁ ଆଜି ଅନୁଷ୍ଠିତ ଯୋଇଯାଇଛି ଏକ କରୋନା ସଚେତନତା କାର୍ଯ୍ୟକ୍ରମ | ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଇତା ସେବକ ଯୋଗ ଦେଇଥିଲେ  | କରୋନା ପାଇଁ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ବିଷୟରେ ଆଲୋଚନା କରାଯିବ ସେ ସବୁର ଅନୁପାଳନ ଓ ସାମାଜିକ ଦୂରତ୍ୱ ବଜାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା | ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ଦଇତାପତି ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନୀଳକଣ୍ଠ ମିଶ୍ର ଏବଂ ଉପ ସ୍ୱାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ  ମହାପାତ୍ର ଉପସ୍ଥିତ ଦଇତାପତି ସେବକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ ।

0
0
0
s2sdefault