ହେଡଲାଇନସ୍:

ଲଘୁଚାପ ଆଂଫାନ ଆଜି ସଂଧ୍ୟାରେ ଅବପାତର ରୂପ ନେବ:ଏସଆରସି ପ୍ରଦୀପ ଜେନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:  ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଆଂଫାନ ଆଜି ସଂଧ୍ୟାରେ ଅବପାତର ରୂପ ନେବ | ଏହା  ସହିତ ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ହେଲେ କେଉଁଠ ଲ୍ୟାଣ୍ଡ ଫଲ୍‌ କରିବ ବା ତାହାର ଗତିପଥ ଓ ସ୍ୱରୂପ କଣ ରହିବ ତାହା ଏ ଯାବତ ସ୍ପଷ୍ଟ  ଜଣାପଡ଼ିନାହିଁ।  ସମ୍ଭାବ୍ୟ ବାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ବାତ୍ୟା ୧୭ ତାରିଖ ସନ୍ଧ୍ୟାପରେ ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗକୁ ବାତ୍ୟା ଗତି କରିବ। ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି | ରାଜ୍ୟ ଏବେ କରୋନା ସହ ଲଢ଼ୁଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିସନ୍‌ର ପ୍ରଦୀପ ଜେନା  ସୂଚନା ଦେଇଛନ୍ତି |  

ଶ୍ରୀ ଜେନା କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ଆଇଏମଡି ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସହ ଏ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି | ଏଣେ ଓଡ଼ିଶା ମୁହାଁ ନ ହୋଇ ଏହି ବାତ୍ୟା ପଶ୍ଚିମବଙ୍ଗ ବାଙ୍ଗଲାଦେଶ ଆଡକୁ ଗତି କରିବ । ଯଦି ଏହି ଆକଳନ ଠିକ ହୁଏ ତେବେ ଓଡ଼ିଶାରେ ବର୍ଷା ହେବ ଏବଂ ପବନ ବି ବହିବ କିନ୍ତୁ ବାତ୍ୟାର ସିଧା ଆଶଙ୍କା ରହିବ ନାହିଁ । କିନ୍ତୁ ଯଦି ୧୭ ତାରିଖ ବେଳକୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି ନ କରି ଉତର-ଉତର-ପଶ୍ଚିମ ଆଡକୁ ଗତି କରେ ତେବେ ବାତ୍ୟା ଓଡ଼ଶା ମୁହାଁ ମଧ୍ୟ ହୋଇପାରେ ।  କିନ୍ତୁ ଏହାର ପ୍ରଭାବକୁ ପାଣିପାଗ ବିଭାଗ ଆକଳନ କରିପାରୁଛନ୍ତି । ୧୮ତାରିଖରୁ ଉପକୂଳ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୧୯ ତାରିଖରେ ବର୍ଷାର ପରିମାଣ ବଢିପାରେ। ଦକ୍ଷିଣ ଉପକୂଳ ଜିଲ୍ଲାମାନଙ୍କରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗକୁ ମଧ୍ୟ ପବନର ଗତି ଛୁଇଁ ପାରେ ।

ଆଜି ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା | ସମ୍ଭାବ୍ୟ ବାତ୍ୟା ଓ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲାପାଳମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି |  କରୋନା ପାଇଁ କେତେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଟିଏମସି ଭାବେ ବ୍ୟବହୃତ ହୋଇଥିବାରୁ ଆଉ ଅନ୍ୟତ୍ର ଆଶ୍ରୟସ୍ଥଳୀ ଚିହ୍ନଟ କରି ତୟାର ରଖିବା ପାଇଁ ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ବେଳେ କୁହାଯାଇଛି । ୧୨ଟି ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ପାଇଁ ଆଲର୍ଟ କରାଯାଇଛି । ଦରକାର ପଡ଼ିଲେ ଟିଏମ୍‌ସିରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବା ସେମାନଙ୍କ ପରୀକ୍ଷା କରି ଯେଉଁମାନଙ୍କ ନେଗେଟିଭ ଥିବା ସେମାନଙ୍କୁ ହୋମ କବାରେଣ୍ଟାଇନରେ ରଖିବା ପାଇଁ କୁହାଯାଇପାରେ |  ସମୁଦ୍ର କୂଳରୁ ୩ କିମି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି |

0
0
0
s2sdefault