ହେଡଲାଇନସ୍:

ତାମିଲନାଡୁର ୨୮ଜଣ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ରାୟଗଡା ଜିଲ୍ଲାରୁ ଆଣିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତାମିଲନାଡୁରେ କାର୍ଯ୍ୟରତ ଥିବା ଗଜପତି ଜିଲ୍ଲାର ୨୮ଜଣ ଶ୍ରମିକ ଗୁରୁବାର ଦିନ ସକାଳେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡା ରେଲୱେ ଷ୍ଟେସନରେ ପହଞ୍ଚିଲେ। ସେମାନଙ୍କୁ ଆଣିବା ଲାଗି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଦଳ ବୁଧବାର ମଧ୍ୟରାତ୍ରରେ ସେଠାରେ ପହଞ୍ଚିଥିଲେ। ଆସିଥିବା ଶ୍ରମିକ ମାନଙ୍କ ଭିତରୁ ୧୯ ମହିଳା ଥିବାବେଳେ ୯ ଜଣ ପୁରୁଷ ଶ୍ରମିକ ଥିଲେ। ସମସ୍ତେ ତାମିଲନାଡୁର ତିରିପୁର ଠାରେ ଥିବା ସୁତାକଳରେ କାର୍ଯ୍ୟରତ ଥିଲେ। ଲକ୍ ଡାଉନ୍ ପରେ ସେମାନେ କାର୍ଯ୍ୟ କରୁଥିବା ସୁତାକଳ  କାରଖାନା ବନ୍ଦ ହୋଇଯାଇଥିଲା।ସମସ୍ତେ ସେଠାରେ ବଡ କଷ୍ଟରେ ଚଳୁଥିବା ସହ ନିଜ ରାଜ୍ୟକୁ ଆସିବା ପାଇଁ ବ୍ୟଗ୍ର ଥିଲେ। ଶ୍ରମିକ ମାନେ ରାୟଗଡା ରେଲୱେ ଷ୍ଟେସନରେ ପହଞ୍ଚିଲା ପରେ ପ୍ରତ୍ୟେକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଏବଂ ଅଲିଭା କାଳୀ ମାଧ୍ୟମରେ ମାର୍କିଙ୍ଗ ମଧ୍ୟ କରାଯାଇଥିଲା। ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ଏହି ସମସ୍ତ ଶ୍ରମିକ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ହୋଇଥିବାରୁ ସମସ୍ତଙ୍କୁ ବସ୍ ଯୋଗେ ଆଡବାକୁ ଆଣିଲା ପରେ ଅଡବା ହାଇସ୍କୁଲ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା।ସମସ୍ତେ ସେଠାରେ ୨୧ ଦିନ ସଙ୍ଗରୋଧରେ ରହିବା ସହ ସମସ୍ତଙ୍କର ସ୍ୱାବ ପରୀକ୍ଷା ଯଥାଶୀଘ୍ର କରାଯିବା ପାଇଁ ନିଷ୍ପତ୍ତି ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ଦୁଇଟି ଲେଖାଏଁ ମାସ୍କ ଦେବା ସହ ଆବଶ୍ୟକ ଜିନିଷ ଯୋଗାଇ ଦିଆଯାଇଛି।

0
0
0
s2sdefault