ହେଡଲାଇନସ୍:

ନୟାଗଡ ଜିଲ୍ଲା କରଡ଼ା ସଙ୍ଗ ରୋଧ ଗୃହରୁ ଚିହ୍ନଟ ହେଲେ ୩ ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶରଣକୁଳ ନିକଟସ୍ଥ ହରିହରପୁର ସଙ୍ଗରୋଧ ଗୃହରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ ମାନେ ହରିହରପୁର ନିକଟସ୍ଥ କରଡ଼ା ସଙ୍ଗରୋଧ ଗୃହରେ ରହୁଥିଲେ । ପୂର୍ବରୁ ଏଠାରୁ ଜଣେ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଭୁବନେଶ୍ବର ପଠାଇ ଦିଆଯାଇଥିଲା । ସେଠାରୁ  ଚିହ୍ନଟ ହୋଇଥିବା ଆଉ ୩ଜଣଙ୍କୁ ମିସାଇ  ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଁଚିଛି । ସେମାନେ ଓଡ଼ଗାଁ ଥାନା ନନ୍ଦିଘୋର ନିକଟସ୍ଥ ପେଟାପଲ୍ଲୀ ଓ ମହୁଲିଆ ଗ୍ରାମର ବୋଲି ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଗୁରୁବାର ରାତିରେ ଭୁବନେଶ୍ୱର ସ୍ଥାନନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି । ଗତ ସୋମବାର ୪ତାରିଖରେ ସୁରତରୁ ଏକ ବସ ଯୋଗେ ୪୬ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଅଞ୍ଚଳକୁ ଫେରିଥିଲେ।

0
0
0
s2sdefault