ପଦ୍ମପୁର- ଳକଡାଉନରେ ପ୍ରବାସୀ ଓଡ଼ିଆ ମାନେ ସୁବିଧାରେ ନିଜ ଘରକୁ ଫେରିପାରିବେ ବୋଲି ସରକାର ସାରା ଭାରତରେ ୧୫ଗୋଟି ଟ୍ରେନ ଚଳାଚାଳର ବ୍ୟବସ୍ଥା କରିଛନ୍ତି । ଗତକାଲି ବଲାଙ୍ଗୀର କୁ ଟ୍ରେନ ଯୋଗେ ବରଗଡ଼ ଓ ବଲାଙ୍ଗୀର ତଥା ଆଖପାଖ ଅଞ୍ଚଳର ପ୍ରବାସୀ ଓଡ଼ିଆ ମାନେ ପହଞ୍ଚିଥିଲେ । ସେମାନଙ୍କୁ ଆଣିବା ପାଇଁ ପଦ୍ମପୁରରୁ ଦୁଇଗୋଟି ସରକାରୀ ବସ ବଲାଙ୍ଗୀର ଯାଇଥିଲା ଏବଂ ସେମାନଙ୍କୁ ନିଜନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥିଲା । ସେ ସରକାରୀ ବସ ମଧ୍ୟରୁ ଗୋଟିଏ ବସ ରାତି ୧୧.୩୦ରେ ପଦ୍ମପୁରକୁ ପହଞ୍ଚିଥିବା ବେଲେ ଅନ୍ୟ ଗୋଟିଏ ବସ ଆଜି ସକାଳ ୯ ଟାରେ ପଦ୍ମପୁର ବସଷ୍ଟାଣ୍ଡକୁ ପହଞ୍ଚିଛି । ହେଲେ ପ୍ରବାସୀ ଶ୍ରମିକ ମାନେ ଯାତାୟାତ କରିଥିବା ଏହି ବସ ଗୁଡିକ ଯେ କରୋନା ସଙ୍କ୍ରମିତ ନୁହେଁ ଏହାର ଗ୍ୟାରେଣ୍ଟି କଣ ଅଛି । ଏବେ ସୁଦ୍ଧା ବସ ଗୁଡିକୁ ସାନିଟାଇଜ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖାଯାଇ ନାହିଁ । ଏବଂ ଏହା ସହ ଆଜିଠାରୁ ପଦ୍ମପୁରରୁ ସମ୍ବଲପୁର ଓ ନୂଆପଡା ବସ ଚଲାଇବା ପାଇଁ ନିଷ୍ପତ୍ତି ନେବା କେତେ ଯୁକ୍ତିଯୁକ୍ତ । ଗ୍ରୀନ ଯୋନରେ ଥିବା ପଦ୍ମପୁର ଅଞ୍ଚଳକୁ ପରୋକ୍ଷରେ କରୋନକୁ ଆମନ୍ତ୍ରଣ ନୁହେଁ କି ?
ରାଜ୍ୟ
ଗ୍ରୀନ ଯୋନରେ କରୋନା ପାଇଁ ଓଏସଆରଟିସି କରୁଛି କି ବ୍ୟବସ୍ଥା !!!!!
- Hits: 755