ହେଡଲାଇନସ୍:

କରୋନା ଯନ୍ତ୍ରଣା ଉପଶମ କରିବାକୁ ସହାୟତାର ହାତ ବଢ଼ାଇଲା ଲାୟନସ କ୍ଲବ ଭୁବନେଶ୍ୱର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଲକ ଡାଉନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ଅସହାୟଙ୍କ ସହାୟତା ପାଇଁ ରାସ୍ତାକୁ ଓହ୍ଳାଇ ଆସିଥିଲା  ଲାୟନସ କ୍ଲବ ଭୁବନେଶ୍ୱର ଓଡିଶା(LCB Orissa no 029182)| ଲାୟନସ କ୍ଲବ ଭୁବନେଶ୍ୱର କର୍ମକର୍ତ୍ତାମାନେ ଏହାର ଉତ୍ସାହୀ ତଥା ଉଦ୍ୟମୀ ସଭାପତି ଲାୟନ ରାମ ପ୍ରସାଦ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱରେ ଲଗାତାର ଭାବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ୨୦୦୦ରୁ ଉର୍ଧ୍ଵ  ଅସହାୟ ପରିବାରଙ୍କୁ ସହାୟତା ଦେଇ ଆସିଥିବା ବେଳେ ଆଜି ଭୁବନେଶ୍ୱର  ରଣସିଂହପୁର ଏମ୍ସ ନିକଟସ୍ଥ ଚାଇଲଡ କ୍ୟାନ୍ସର ସେଲଟର ଠାରେ ପ୍ରାୟ ୫୦ରୁ ଉର୍ଧ୍ଵ ହିତାଧିକାରୀଙ୍କୁ ରାସନ, ଶୁଖିଲା ଖାଦ୍ୟ ବଣ୍ଟନ, ସାବୁନ, ସାନିଟାଇଜାର, ଫଳମୂଳ, କ୍ୟାନ୍ସର ସଚେତନତା ପୁସ୍ତକ, ଭଗବତ ଗୀତା ବଣ୍ଟନ କରିଛନ୍ତି | 

 ସୁଚନାଯୋଗ୍ୟ ଯେ, ଲକ ଡାଉନ ସମୟରେ ୧୮ଦିନ ଧରି ୨୫ ଟି ସ୍ଥାନରେ ବିଭିନ୍ନ ବର୍ଗର ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛି ଲାୟନସ କ୍ଲବ ଭୁବନେଶ୍ୱର ଓଡିଶା | ଝାରପଡା ଜେଲ ନିକଟରେ  ବିଚାରାଧିବ କଏଦୀଙ୍କ ପିଲାମାନଙ୍କ ପାଇଁ ପରିଚାଳିତ ହେଉଥିବା ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ପ୍ରାୟ ୨୫ଜଣ ଅନ୍ତେବାସୀଙ୍କ ପାଇଁ ଚାଉଳ, ଡାଲି, ସାବୁନ , ସାନିଟାଇଜର ଯୋଗାଇଦେଇଥିବା ବେଳେ ସଫେଇ କର୍ମଚାରୀ, ଶ୍ରମିକ, ଦିନମଜୁରିଆ, ଉଠା ଦୋକାନୀ, ରାସନ କାର୍ଡ ନଥିବା ଲୋକ, ଭିନ୍ନକ୍ଷମ ଛାତ୍ରାବାସ, କ୍ୟାନ୍ସର ପୀଡିତ, କୌଳିକ ବୃତ୍ତି ଓ ପେସା ହରାଇ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷ, ଵୃଦ୍ଧାଶ୍ରମର ଅନ୍ତେବାସୀ ତଥା ବାହାର ରାଜ୍ୟରୁ ଆସି ଲକଡାଉନରେ ଫସିଯାଇଥିବା ଲୋକ ଓ ଯାଯାବର ମାନଙ୍କୁ ସହାୟତାର ରାସନ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ସାବୁନ , ସାନିଟାଇଜର ଓ ମାସ୍କ ଆଦି ବଣ୍ଟନ କରିଥିଲେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ | ସଦସ୍ୟ ମାନଙ୍କ ଠାରୁ ଓ ଅନ୍ୟ ସୂତ୍ରରୁ ସଂଗୃହିତ ଅର୍ଥରେ ଓ ସଦସ୍ୟଙ୍କ ପ୍ରଚ୍ଛନ୍ନ ସହଯୋଗ ଯୋଗୁ ଏ ସବୁ ସମ୍ଭବ ହୋଇ ପାରିଲା ବୋଲି ପ୍ରକାଶ କରିଛନ୍ତି ଲାୟନସ କ୍ଲବ ଭୁବନେଶ୍ୱର ଓଡିଶାର ସଭାପତି  ଲାୟନ ରାମ ପ୍ରସାଦ ପାତ୍ର | କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କ୍ଲବ ପକ୍ଷରୁ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି |

ଲାୟନସଁ କ୍ଲବ ପକ୍ଷରୁ ସଭାପତ ଲାୟନ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଲକ ଡାଉନ ସମୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ପାଦକ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, କୋଷାଧ୍ୟକ୍ଷ ଲାୟନ ତପନ ହରିଚନ୍ଦନ, ପାଷ୍ଟ ଡିଷ୍ଟ୍ରିକ୍ଟ ଗଭର୍ନର ନିକୁଞ୍ଜ ଛୋଟରାୟ, ଯୁଗ୍ମ ସମ୍ପାଦକ ଲାୟନ ଇଂ ଅଶ୍ୱିନୀ ସେନାପତି, ଲାୟନସ ଆଇ ହସ୍ପିଟାଲର ଅଧ୍ୟକ୍ଷ ଲାୟନ ସୁଧାଂଶୁ ମହାନ୍ତି, ଲାୟନ ପ୍ରଶାନ୍ତ ପରିଡା, ଲାୟନ ତ୍ରିପତି ବାଲାଜୀ ପାତ୍ର, ଲାୟନ କୃଷ୍ଣଚନ୍ଦ୍ର ସାହୁ ,ଲାୟନ ସତ୍ୟବାନ ପାତ୍ର,ଲାୟନ ହରିହର ପାତ୍ର,  ଲାୟନ ବିଜୟ କୁମାର ତ୍ରିପାଠୀ, ଲାୟନ ସୂର୍ଯ୍ୟ ନାରାୟଣ ବେହେରା, ଲାୟନ କାଳିଚରଣ ରାଉତ, ଲାୟନ ପବନ ଅଗ୍ରୱାଲ ,ଲାୟନ ନିର୍ମଳ କୁମାର ବେହେରା, ଲାୟନ ଇଂ ଏନ ବି ଚୌଧୁରୀ,  ଲାୟନ ବିପିନ ବିଶ୍ୱାଳ, ଲାୟନ ଅଶୋକ ଅଗ୍ରୱାଲ, ଲାୟନ ଶରତ ପରିଡା, ଲାୟନ ଇଂ ମୁରଲୀଧର ପଣ୍ଡା, ଲାୟନ ପୁର୍ଣିମାରାଣୀ ପ୍ରଧାନ, ଲାୟନ କୁନୁ ମହାନ୍ତି, ଲାୟନ ଏନ ପ୍ରକାଶ ରାଓ, ଲାୟନ ସଞ୍ଜୟ କୁମାର, ହରପ୍ରିୟା ପରିଡା ଓ  କ୍ଲବ ମ୍ୟାନେଜର ବିଶ୍ୱନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |

କରୋନା ମାଡ଼ରେ ଅସହାୟ ହୋଇ ପଡିଥିବା ଲୋକମାନଙ୍କୁ ସହାୟତାର ନରମ ହାତ ବଢ଼ାଇଦେବା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା  ଲାୟନସ ପ୍ରତ୍ୟେକ ସଦସ୍ୟ ଓ ବ୍ୟକ୍ତିବଶେଷଙ୍କୁ ଲାୟନସ କ୍ଲବ ଭୁବନେଶ୍ୱର ଓଡ଼ିଶାର ସଭାପତି ଲାୟନ ରାମ ପ୍ରସାଦ ପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି | 

0
0
0
s2sdefault