ହେଡଲାଇନସ୍:

ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶରୁ ଆସିଲେ ୬୫ ପ୍ରବାସୀ ଓଡ଼ିଆ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି))- ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ୍ ଯୋଗେ ୬୫ ଜଣ ପ୍ରବାସୀ ଓଡ଼ିଆ ଆଜି ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛନ୍ତି । ଵାରିପଦା ସହର ମଧ୍ୟରେ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ  ଏକ ଟ୍ରକରେ ଏତେ ସଂଖ୍ୟାରେ ଲୋକମନେ ବୋଝେଇ ହୋଇ ଯାଉଥିବା ଦେଖି କିଛି ଲୋକ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଵାରିପଦା ଟାଉନ୍   ପୋଲିସ ଵାରିପଦା ସହରର ଦାରୋଗାଡାହି ଗୋଲେଇ ନିକଟରେ ୧୮ନମ୍ବର ଜାତୀୟ ରାଜପଥ ଉପରେ ଅଟକ ଯାଇଥିବା ଟ୍ରକ କୁ ପଚରା ଉଚରା କରିଥିଲେ । ଜଣାପଡିଥିଲା କି ଟ୍ରକ୍ ଟି ଆନ୍ଧ୍ରପ୍ରଦେଶରୁ ଆସିଛି ଏବଂ ଏଥିରେ ଆସିଥିବା ଲୋକମାନେ ସମସ୍ତେ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଳକ୍ ର ବିଭିନ୍ନ ଅଞ୍ଚଳର ଲୋକମାନେ ବୋଲି ଜଣାପଡିଥିଲା । ସମସ୍ତେ ସରକାରଙ୍କ ନିୟମ ଅନୁଯାୟୀ ପଞ୍ଜିକରଣ ମଧ୍ୟ କରିଥିବା ଜଣାପଡିଲା । ଏମାନେ ସମସ୍ତେ ଶୁଳିଆପଦା ବ୍ଳକ୍ ର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ରହିବେ। ତେଣୁ ଵାରିପଦା ପୋଲିସ୍ ସେମାନଙ୍କୁ ଶୁଳିଆପଦା ପୋଲିସ ସହାୟତାରେ ଶୁଳିଆପଦାକୁ ପଠାଇଥିବା  ସୂଚନା ଦେଇଛନ୍ତି । ତେବେ ଗତକାଲି ସୁଦ୍ଧା ମୟୁରଭଞ୍ଜ ଜିଲ୍ଲାକୁ ୧୫ଶହ ପ୍ରବାସୀ ଓଡ଼ିଆ ପ୍ରବେଶ କରିଥିବାବେଳେ ଆଗାମୀ ଦିନରେ ଆହୁରି ୪୫ ହଜାର ଲୋକ ଜିଲ୍ଲାକୁ ଫେରିବାପାଇଁ ପଞ୍ଜିକରଣ କରିଛନ୍ତି । ତେବେ ପ୍ରଥମରୁ ଗ୍ରୀନ୍ ଜୋନ ରେ ଥିବା ମୟୁରଭଞ୍ଜ ଜିଲ୍ଲା ପାଇଁ ସୁରଟ ଫେରନ୍ତା ବିପଦ ସୃଷ୍ଟି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୦୯ ଜଣଙ୍କ ନମୁନା ପିଜିଟିଭ୍ ବାହାରିସାରିଛି । ତେବେ ଆଗକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ନିଶ୍ଚିତ ଭାବରେ ଯେ ଜିଲ୍ଲାପାଇଁ ବଡ଼ ବିପଦ ନ ଆଣିବେ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ ।

0
0
0
s2sdefault