ହେଡଲାଇନସ୍:

"କେବଳ ପଜିଟିଭ ଚିହ୍ନଟ ହୋଇଥିବା ଟିଏମସି ହେବ କଣ୍ଟେନମେଣ୍ଟ ଜୋନ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୌଣସି ଗାଁ ବା ପଂଚାୟତରେ ଜାରି କରାଯିବନି କଣ୍ଟେନମେଣ୍ଟ କଟକଣା

 ଟ୍ରେନରେ ଆସି ଜିଲ୍ଲାରେ ଓଲ୍ହାଇଲେଣି ୯୦୦ରୁ ଉର୍ଦ୍ଧ ଲୋକ 

ଭଦ୍ରକ (ଶାସକ ପ୍ରଶାସକ) :  ଆଜି ଜିଲ୍ଲାରେ ନୂଆ ୯ ଟି କରୋନା ପଜିଟିଭ ଚିହ୍ନଟ ହେବାପରେ ସେ ବିଷୟରେ ସବିଶେଷ ସୂଚନ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଶ୍ରୀ ଜ୍ଞାନ ଦାସ |  ଶ୍ରୀ ଦାସ କହିଛନ୍ତି ଯେ, ଜିଲ୍ଲାରେ ପୂର୍ବରୁ  ୩୧ ଟି ବାହାରିଥିଲା | ଆଜି ବାହାରିଛି ୯ଟି | ଏମାନେ ସମସ୍ତେ  ପଶ୍ଚିମବଙ୍ଗ, ସୁରଟ ଓ କର୍ଣ୍ଣାଟକରୁ ଆସିଛନ୍ତି  | ସେମାନେ ଭଦ୍ରକ,  ବାସୁଦେବପୁର, ବନ୍ତ ଓ ଭଣ୍ଡାରୀପୋଖରୀ ବ୍ଲକର କ୍ଵାରାଣ୍ଟାଇନ ସେଂଟରରୁ ବା ଟେମ୍ପରାରି ମେଡିକାଲ ସେଣ୍ଟର (ଟିଏମସି)ରେ ଅବସ୍ଥାନ କରୁଥିବା ବେଳେ ସେମାନଙ୍କ ପଜିଟିଭ   ଚିହ୍ନଟ ହୋଇଛି  |  ଯେଉଁମାନଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଇଥିଲା ସେମାନଙ୍କ ସାମ୍ପଲ ଟେଷ୍ଟ କରିବାକୁ ଆମେ ପଠାଇଥିଲୁ |  ତେଣୁ ଆଜି ଯେଉଁ ଯେଉଁ  ଟିଏମସିରୁ ଏଜି ପଜିଟିଭ ଚିହ୍ନଟ ହୋଇଛନ୍ତି କେବଳ ସେହି ଟିଏମସି ଗୁଡିକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରିଛୁ | କୌଣସି ଗାଁ ବା ପଂଚାୟତକୁ କଣ୍ଟନମେଣ୍ଟ ଜୋନ କରାଯିବନି | ରାଜ୍ୟ ସରକାରଙ୍କ ପ୍ରଟୋକଲ ଅନୁଯାୟି ପରୀକ୍ଷା ହେଉଛି | ଯେଉଁମାନଙ୍କ ଭିତରେ ଆମେ ପ୍ରାଥମିକ ଲକ୍ଷଣ ଦେଖୁଛୁ, ସେମାନଙ୍କ  ଆମେ ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଉଛୁ  ବୋଲି କହିଛନ୍ତି ଜିଲ୍ଲାପାଳ |

 ଜିଲ୍ଲାକୁ ବିଭିନ୍ନ ଟ୍ରେନରେ ଆସୁଥିବା ଓଡି଼ଆଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ କହିଥିଲେ ଯେ ,  ଏଯାବତ  ଭଦ୍ରକକୁ  ୩ଟି ଟ୍ରେନ ଆସିଛି | ଆଉ ଆଜି ତିନୋଟି ଆସିବା | ପ୍ରାୟ  ୯୫୦ ପର୍ଯ୍ୟନ୍ତ ଲୋକ ଆସିଛନ୍ତି | ସେମାନଙ୍କ ମଧ୍ୟରେ ଅନ୍ୟ ଜିଲ୍ଲାର କିଛି ଲୋକ ଓହ୍ଲାଇ ପଡୁଛନ୍ତି | ଆମେ ଅନ୍ୟ ଜିଲ୍ଲାର ଲୋକଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇଦେଉଛୁ | ଆମ ଜିଲ୍ଲାର ପ୍ରବାସୀଙ୍କୁ ଜିଲ୍ଲାର ବିଭିନ୍ନ ଟିଏମସିକୁ ପଠାଇଦେଉଛୁ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି | 

0
0
0
s2sdefault