ପୁଣି କେନ୍ଦ୍ରାପଡାରୁ ୧୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା(ଶାସକ ପ୍ରଶାସକ)ସକାଳେ ୭୩ ଜଣ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପକ୍ଷରୁ କୁଆହାଇଥିବା ବେଳେ ରାଜ୍ୟରେ ଆଉ ନୂଆ ୧୩କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୩ଜଣ  ଯାକ କେନ୍ଦ୍ରାପଡ଼ା ଜିଲ୍ଲାର । ରାଜ୍ୟ ସରକାରଙ୍କ ଡ୍ୟାସବୋର୍ଡରେ ଯଦିଓ ଏହି ସୂଚନା ଦିଆଯାଇନାହିଁ ଏ ଯାବତ, ତଥାପି ଏ ବିଷୟରେ କେନ୍ଦ୍ରାପଡା  ଜିଲ୍ଲାପାଳ ଟୁଇଟ କରି ଅବଗତ କରିଛନ୍ତି | ଏମାନେ ସମସ୍ତେ ସୁରଟ୍ ଫେରନ୍ତା ଓ  ସମସ୍ତେ ମହାକାଳପଡ଼ା, କେନ୍ଦ୍ରାପଡା, କନିକା ଅଂଚଳର  କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିଲେ ।  ସେମାନେ ଲୋକମାନଙ୍କ ସହ ମିଶି ନଥିଲେ  | ଚିହ୍ନଟ ହେବ ପରେ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି | ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ ତାଙ୍କ ଟୁଇଟରେ କହିଛନ୍ତି | ଜିଲ୍ଲାପାଳଙ୍କ ସୂଚନାକୁ ଆଧାରିଆକରି  ଏହି ୧୩ ଜଣଙ୍କୁ ମିଶାଇ  ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି । କାରଣ ଜିଲ୍ଲାପାଳ ୧୨ଟା ୪୮ରେ ଏ ବିଷୟ ଅପଡେଟ କରିଥିବା ବେଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଡ୍ୟାସ ବୋର୍ଡରେ ପ୍ରାୟ ଦୁଇଘଣ୍ଟା ପରେ ବି ଅପଡେଟ ହୋଇନାହିଁ | ଅବଶ୍ୟ ଗତକାଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ବିଭାଗରୁ ବିଦା ହୋଇଥିଲେ ବି ସେ ବି ଏଯାବତ ସ୍ୱାସ୍ଥ୍ୟ ସଚିବ ଅଛନ୍ତି | 

0
0
0
s2sdefault