ହେଡଲାଇନସ୍:

କରୋନା ର ସଫେଇ କର୍ମଚାରୀକୁ ପାଦ ଧୋଇ ସମର୍ଦ୍ଧନା କଲେ ପୂର୍ବତନ ବିଧାୟକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ବର୍ତ୍ତମାନ ସମୟରେ ମଣିଷ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଓ ମଣିଷ  ଲଢେଇରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ କରୋନାକୁ ଦମନ କରିବା ପାଇଁ ତାଳବନ୍ଦ ଯୋଗୁଁ ଜନସାଧାରଣ ଘରୁ ପଦାକୁ ବାହାରୁ ନାହାନ୍ତି । ହେଲେ ସଫେଇ କର୍ମଚାରୀ  ମାନେ ନିଜ ଜୀବନକୁ ବାଜି ଲଗେଇ ସହରକୁ ସଫାକରିବା ଦାଇତ୍ବ ନେଇଛନ୍ତି । ସେମାନେ ତାଙ୍କ କର୍ତ୍ତବ୍ୟକୁ ଠିକ ଭାବରେ ଜାଣିଛନ୍ତି । ଏହି ସଫେଇ କର୍ମଚାରୀ ମାନଙ୍କ ଏହି ମହାନ କାର୍ଯ୍ୟପାଇଁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ  ଆଜି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଛୋଟିଆ ଭେଟି ପ୍ରଦାନ ସହ ତାଙ୍କର ପଦଧୋଇ ସମର୍ଦ୍ଧନା କରିଛନ୍ତି । ମହିଳା ଓ ପୁରୁଷ ଉଭୟ ସଫେଇ କର୍ମଚାରୀ ମାନଙ୍କୁ ସାବୁନ,ମାକ୍ସ ,ପିନ୍ଧିବା ଟାବାଳ ପ୍ରଦାନ କରିଛନ୍ତି । ବର୍ତମାନ ସମୟରେ ସଫେଇ କର୍ମଚାରୀଙ୍କ ଏହି ମହାନ । କାର୍ଯ୍ୟ ଆଗରେ ଏହି ଭେଟି ବହୁତ କମ । କେବଳ ତାଙ୍କୁ ଉତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ।

0
0
0
s2sdefault