ହେଡଲାଇନସ୍:

ଆଦିତ୍ୟ ବିର୍ଲା କମ୍ପାନୀ ଦେଇଛି ରୋଜଗାର : ମହିଳା ମାନେ ତିଆରି କରୁଛନ୍ତି କରୋନା ପାଇଁ ମାକ୍ସ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ଶିଳ୍ପ ସମୃଦ୍ଧି ବିନା ଦେଶର ଆର୍ଥିକ ଅଭିବୃଦ୍ଧି ହେବା ସହ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସମ୍ଭବ ନୁହେଁ। ଯଦିଓ ଶିଳ୍ପ ପ୍ରତିଷ୍ଠା ପରେ ଅଞ୍ଚଳରେ ଶିଳ୍ପର ପାର୍ଶ୍ୱ ପ୍ରତିକ୍ରିୟା ଅଛି, ତଥାପି ଏହା ଏକ ଆବଶ୍ୟକତା ହୋଇପଡିଛି ବିକାଶ ପାଇଁ | ହେଲେ ଶିଳ୍ପ ପ୍ରତିଷ୍ଠା କରୁଥିବା ସଂସ୍ଥାର ମାନସିକତା ଉପରେ ନିର୍ଭର କରୁଛି ଶିଳ୍ପ ପ୍ରତିଷ୍ଠା ହୋଇଥିବା ସ୍ଥାନର ପରିପାର୍ଶ୍ଵ ଅଂଚଳର ଲୋକଙ୍କ ସ୍ଥିତି କଣ ହେବ ! ନିର୍ଭର କରୁଛି କମ୍ପାନୀର ସାମାଜିକ ଦାୟିତ୍ୱବୋଧ ଉପରେ |  ହେଲେ ଗୋଟିଏ କଥା,  ଶିଳ୍ପ ପ୍ରତିଷ୍ଠା ଯୋଗୁଁ ରେଙ୍ଗାଲି ଶିଳ୍ପାଞ୍ଚଳରେ ଲୋକେ ରୋଜଗାରର ପନ୍ଥା ପାଇଥିବା ଦେଖିବାକୁ ମିଳିଛି । ରେଙ୍ଗାଲି ଶିଳ୍ପ କରିଡରେ ଗଢିଉଠିଥିବା ଆଦିତ୍ୟ ଆଲୁମିନିୟମ ପକଳ୍ପ ପକ୍ଷରୁ କମ୍ପାନୀ ଯୋଗୁଁ ସିଧାସଳଖ କ୍ଷତିଗ୍ରସ୍ତ ହେଉଥିବା 

ଢର୍ରୋପାଣି ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆଜିକୁ ତିନି ବର୍ଷ ପୂର୍ବେ ସିଲେଇ ତାଲିମ ଦେଇ ତାଲିମ ପ୍ରାପ୍ତ ମହିଳାଙ୍କୁ କମ୍ପାନୀ ପକ୍ଷରୁ ସିଲାଇ ମେସିନ  ଦିଆଯାଇଥିଲା | ଏହା ପରେ ସେମାନେ ନିଜେ ଘରେ ବସି ରୋଜଗାର କ୍ଷମ ହୋଇଥିଲେ। ବତ୍ତର୍ମାନ ଦେଶରେ ଦେଖାଦେଇଥିବା ମହାମାରି କରୋନା ପାଇଁ ମାକ୍ସ ତିଆରି କାମରେ ଲାଗିଛନ୍ତି ଏହି ମହିଳା ମାନେ । କମ୍ପାନୀ ପକ୍ଷରୁ ମହିଳା ମାନଙ୍କୁ ମାକ୍ସ ତିଆରି ପାଇଁ ଲୁଗା ଏବଂ ସୂତା ଯୋଗାଇ ଦିଆଯାଉଛି ଏବଂ ମହିଳା ମାନଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯାଉଛି। ଯାହା ଫଳରେ ଗ୍ରାମୀଣ ମହିଳା ମାନେ ଘରେ ବସି ରୋଜଗାର କ୍ଷମ ହୋଇ ପାରିଛନ୍ତି ।

0
0
0
s2sdefault