ହେଡଲାଇନସ୍:

ପବନରେ ରଙ୍ଗ ମାରି ଶୁନ୍ୟରେ ପିଚୁ ପକାଇ ଶୂନ୍ୟେ ଶୂନ୍ୟେ ହେଉଛି ବିଲ !!

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଦୁର୍ନୀତି ଓ ଅନିୟମିତତାର ଗନ୍ତାଘର ସୁନ୍ଦରଗଡ ପୂର୍ତ୍ତ ଡିଭିଜନ,  ନିର୍ବାହୀ ଯନ୍ତ୍ରୀଙ୍କ "ମେରୀ ରାଜ" ନୀତି  : ଭିଜିଲାନ୍ସ ଦୃଷ୍ଟି ପଡ଼ିବ କେବେ ???

ଭୁବନେଶ୍ୱର/ ସୁନ୍ଦରଗଡ଼:-ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରୂପେ ପରିଚିତ | ଏହି ଜିଲ୍ଲା ଅଧୀନରେ ଅଛି ୧୭ଗୋଟି ବ୍ଲକ ତିନୋଟି ପୌରପାଳିକା ଏବଂ ଗୋଟିଏ ମହାନଗର ନିଗମ | ଜିଲ୍ଲାର ଲୋକସଂଖ୍ୟା ପାଖାପାଖି ୨୨ ଲକ୍ଷରୁ ଉର୍ଦ୍ଧ୍ବ | ଜିଲ୍ଲାରେ ଅନେକ ଉପାନ୍ତ ଅଞ୍ଚଳ ଏବେବି ରହିଆସିଛି ଏବଂ ଜିଲ୍ଲାରେ ୭୦ପ୍ରତିଶତ ଅସହାୟ ଗରିବ ଜନସାଧାରଣ ବସବାସ କରନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ | ହେଲେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୯ ଟି ବିଭାଗ ଏହି ଜିଲ୍ଲାରେ କାର୍ଯ୍ୟ କରିଆସୁଛନ୍ତି | ଲୋକଙ୍କ ଜୀବନ ସହିତ ଜଡିତ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ କହିଲେ ପୁର୍ତ୍ତବିଭାଗ | ଗୋଟିଏ ହିସାବରେ ଜନସାଧାରଣ ଗମନାଗମନ ଠାରୁ ନେଇ ସ୍ଵାସ୍ଥ୍ୟ ବ୍ୟବସ୍ଥା କିମ୍ବା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ  ଏବଂ ସରକାରୀ ସ୍ତରରେ ରହିଥିବା ପ୍ରାୟତଃ କୁଆଟର ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ସଚିବ କିମ୍ବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତ ନିର୍ମାଣକାର୍ଯ୍ୟ କରିଥାଏ ଏହି ବିଭାଗ | ହେଲେ ମାନସିକତାର କଥା | ଲୋକସେବା ସହ ଜଡିତ ଏହି ଗୁରୁତ୍ୱପୂର୍ଣ ବିଭାଗରେ ଲୋକଙ୍କ ସେବା ବା ଲୋକଙ୍କ ପାଇଁ ଭିତ୍ତିଭୂମି ଉନ୍ନତ କରିବା ବଦଳରେ ଏହା କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଅସାଧୁ ରୋଜଗାରର ମାଧ୍ୟମ ପାଲଟି ଯାଇଛି | ପୂର୍ତ୍ତ ବିଭାଗରେ ଯାହା ଚାଲିଥିଲା ତାହା ସମସ୍ତେ ଜାଣନ୍ତି | ହେଲେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଭିତରେ ଭିତରେ ଚାଲିଥିଲା ବା ଅନ୍ୟାଥି କଣ ଚାଲିଥିବ ତାହା ଭିନ୍ନ କଥା | ହେଲେ ଗତ କିଛି ମାସ ହେବ ସୁନ୍ଦରଗର  ପୂର୍ତ୍ତ ଡିଭିଜନରେ ଯୋଗ ଦେଇଥିବା ନୂଆ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାରମ୍ଭ ପରେ ଏବେ ସେଠୀ କିଛି ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଚାଲିଛି ବସନ୍ତ ଋତୁ | ଚାଲିଛି ଦୁର୍ନୀତିର ଦରବାର | କିଛି ଠିକାଦାରଙ୍କ ଅନୁଯାୟି ନିର୍ବାହୀ ଯନ୍ତ୍ରୀଙ୍କ ଜାଣତରେ ବା ପ୍ରୋତ୍ସାହନରେ ଚାଲିଛି ଆଖିବୁଜା ଦୁର୍ନୀତି | ବିଭିନ୍ନ ବାହାନାରେ ସର ଖାଉଛନ୍ତି ବାଣ୍ଟିକୁଣ୍ଟି ଯନ୍ତ୍ରୀ ଓ କିଛି ଠିକାଦାର | ଆଉ ନିର୍ବାହୀ ଯନ୍ତ୍ରୀଙ୍କ ବି କିଛି ଲଗା କି ପଘା ନାହିଁ | 

ସୁନ୍ଦରଗଡ଼ ଜିଲ୍ଲାର ଏହି କାର୍ଯ୍ୟାଳୟରେ ବିଗତ  ଛମାସ ଧରି ଆସିଛନ୍ତି ନୂଆ ନିର୍ବାହୀ ଯନ୍ତ୍ରୀ | ଅଭିଯୋଗ ଅନୁଯାୟୀ  ପୁରା ହିଟଲରି ମିଞ୍ଜାସର  | ତାଙ୍କର ପୂର୍ବରୁ ଥିବା ନିର୍ବାହୀ ଅଧିକାରୀ ଅବସର ନେବାପରେ ଏହି ମହାଶୟ ଜଣକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଆସିଛନ୍ତି ହାତବାରିସୀ କରି ସାଗମାଛ ହିସାବରେ ଜିଲ୍ଲାର ହେଉଥିବା କାର୍ଯ୍ୟ ଗୁଡ଼ିକରୁ ଭାଗନେବାପାଇ ବୋଲି ତାଙ୍କ ବିଭାଗର କର୍ମଚାରୀ ମାନେ ତୁପୁରଟାପର ହେଉଛନ୍ତି | ଯାହା ତାଙ୍କ ବିଭାଗର୍ କିଛି କର୍ମଚାରୀ କହିଛନ୍ତି ସେ ଆସିବା ଆଗରୁ ଦୁଇଦୁଇଟି ଅଧିକାରୀ ଥିବା ସମୟରୁ ପାଖାପାଖି ପଡିରହିଥିବା ଭିତରି ବାହାରି କରି କାଗଜପତ୍ରରେ ଵିଲ କରିଥିବା ୨୦୦ରୁ ଉର୍ଦ୍ଧ୍ବ ସବଡିଭିଜନ ଟେଣ୍ଡର ଗୁଡ଼ିକୁ ଜାଣିଶୁଣି ଦୁଇଟି ଅଧିକାରୀ ଵିଲ କରିନଥିଲେ | ହେଲେ ନୂଆ ନିର୍ବାହୀ ଯନ୍ତ୍ରୀ ଆସିବା ପରେ ଆଗରୁ ପଡିଥିବା ଅନେକ ପୁରୁଣା ବିଲ ଆଶ୍ଚର୍ଯ୍ୟଜନକ ଭାବେ ପାସ ହୋଇ ପୈଠ ହୋଇଗଲା ଓ ସାଗମାଛ ହିସାବରେ  ଭାଗବଣ୍ଟ ହୋଇଗଲା ବୋଲି  ଅଭିଯୋଗ ହୋଇଛି, ଯାହା ଭିଜିଲାନ୍ସ ପକ୍ଷରୁ ତଦନ୍ତ ଅତି ଆବଶ୍ୟକ ବୋଲି ନାମ ଗୋପନ ରଖି କହିଛନ୍ତି ସେହି ବିଭାଗର ଅନେକ କର୍ମଚାରୀ | ଅପରପକ୍ଷରେ ଦେଖିବା ପାଇଁ ଗଲେ ଯଦି ଏହି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ କିମ୍ବା ମହାମହିମ ଗଭର୍ଣ୍ଣର ଗସ୍ତ କରିଥାନ୍ତି ତାହେଲେ ଏମାନଙ୍କ ପାଇଁ ପଞ୍ଚମରେ ବୃହସ୍ପତି ଭଳି ତାଙ୍କର ହୋଇଥାଏ  ଗମ୍ହାପୁର୍ଣିମା |  ପବନରେ ରଙ୍ଗ ମାରି, ଶୂନ୍ୟରେ ପିଚୁ ପକାଇ ଆଉ ମହାଶୂନ୍ୟରେ ମରାମତି କରି ଶୂନ୍ୟେ ଶୂନ୍ୟେ ବିଲ ବି ହୋଇଯାଏ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗତ ଫେବୃଆରୀ ମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ୪ ଫେବୃଆରୀ ରେ ମହାମହିମ ଗଭର୍ଣ୍ଣର ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ ଉପଲକ୍ଷେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା ତାହାର ଫାଇଦା ଉଠାଇ ଏହି ଡିଭିଜନରେ ଅନେକ ଅନିୟମିତତା ହୋଇଥିଲା | ଆଉ ଏଥିପାଇଁ ଏହି ନିର୍ବାହୀ ଯନ୍ତ୍ରୀଙ୍କ ପ୍ରଚ୍ଛନ୍ନ ପ୍ରୋତ୍ସାହନରେ ଏହା ହୋଇଛି ବୋଲି ଜଣେ କର୍ମଚାରୀ ନାମକୁ ଗୋପନ ରଖି କହିଛନ୍ତି | ସୁନ୍ଦରଗଡ଼ ହସ୍ପିଟାଲ ଛକ ଦେଇ ହେମଗିରିକୁ ଯୋଗାଯୋଗ କରୁଥିବା ରାସ୍ତାରେ ଆସୁଛି ସରକାରୀ ମହାବିଦ୍ୟାଳୟଏହିରାସ୍ତାରେ ନିଜର ଭିଟୋ ପାୱାର ଲଗାଇ ପାଖାପାଖି ୧୦ ଟିରୁ ଉର୍ଦ୍ଧ୍ବ ( ପୋଠଲ) ପିଚୁରାସ୍ତା ରିପେୟାରିଂ  ଆଳରେ ହେମଗିରି ସବ ଡିଭିଜନ ଟେଣ୍ଡର ହିସାବରେ କାଗଜପତ୍ର କରି ପାଖାପାଖି ୬ ଟି ପାଞ୍ଚଲକ୍ଷର୍ କାର୍ଯ୍ୟ ବିନାକାମରେ ଫ୍ଲସ କରିଥିବା ସହ ଗସ୍ତ ଆଳରେ ଅନେକ କାର୍ଯ୍ୟକୁ  ଫ୍ଲସ କରି କୋଟିକୋଟି ଟଙ୍କା ହେରଫେର କରିଥିବା ତାଙ୍କର କାର୍ଯ୍ୟାଳୟ କର୍ମଚାରୀ ମାନେ ମତବ୍ୟକ୍ତ କରିଛନ୍ତି | ଆହୁରି କିଛିଦିନ ମଧ୍ୟରେ  ଜିଲ୍ଲାରେ ଶାଗମାଛ ଭଳି କୋଟିକୋଟି ଟଙ୍କା ଫୁ କରିନେଵା ନିଃସନ୍ଦେହ | ଉପରୋକ୍ତ ସମସ୍ତ ଅଭଯୋଗ ଉପରେ ନିର୍ବାହୀ ଯନ୍ତୀଙ୍କ ମତାମତ ଲୋଡାଯାଇଥିବା ବେଳେ ତାହା ସମ୍ଭବ ହୋଇପାରିନଥିଲା | ବିଭାଗରେ ଥିବା  ଦୁର୍ନୀତିଖୋର ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କେବେ ବୋଲି ଜନସାଧାରଣ ଦାବି କରିଛନ୍ତି | ସୁନ୍ଦରଗଡ ପୂର୍ତ୍ତ ଡିଭିଜନ ଓ ଏହାର ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଆସିଥିବା ଗୁରୁତର ଅନିୟମିତତା ଅଭିଯୋଗ ଉପରେ ଭିଜିଲାନ୍ସ ତଦନ୍ତ ହେଲା ସବୁ ପଦାକୁ ଆସିଯିବ |  

0
0
0
s2sdefault