ହେଡଲାଇନସ୍:

 ମାଣିତରା ସରପଂଚଙ୍କ ତ୍ୱରିତ ପଦକ୍ଷେପ ଏଡ଼ାଇଲା ଆଶଙ୍କିତ  ବିପଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଙ୍ଗରୋଧ କେନ୍ଦ୍ରରେ ବାପାକୁ ଭେଟିଥିଲେ ପୁଅ : ପୁଅ ଓ ୩ ସାଙ୍ଗ ରହିଲେ ସଙ୍ଗରୋଧ କେନ୍ଦ୍ରରେ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକର ପାଣିକେଶ୍ଵର ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ମାଣିତରା ଗ୍ରାମର ଜଣେ ବ୍ୟକ୍ତି ରହିଥିବା ବେଳେ ସେହି ବ୍ୟକ୍ତିଙ୍କ ପୁଅ ଓ ତିନିଜଣ ସାଙ୍ଗ ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରକୁ ଯାଇ ପୁଅ ଜଣଙ୍କ ବାପଠାରୁ ୨୫ ହଜାର ଟଙ୍କା, ଗାମୁଛା ଓ ମୋବାଇଲ ଚାର୍ଜର ଆଣିଥିଲେ। ହେଲେ ମଇ ୧୨ ତାରିଖରେ ବୁଗୁଡା ବ୍ଲକ ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରର ୫ ଜଣ ପୁରୁଷ ବ୍ୟକ୍ତି ଓ ଗୋଲିଆ ସଙ୍ଗରୋଧ କେନ୍ଦ୍ରର ଜଣେ ମହିଳାଙ୍କ ବ୍ୟକ୍ତିଙ୍କ ନାମ,ଗ୍ରାମ ଓ ମୋବାଇଲ ନମ୍ବର ଥାଇ ଏକ ତାଲିକାରେ ସେହି ୬ ଜଣଙ୍କ କରୋନା ପଜିଟିଭ ବାହାରିଥିବା ନେଇ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଫୋନ ନମ୍ବରକୁ ଆଧାର କରି ଜଣେ ସାମ୍ବାଦିକ କରୋନା ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ ବେଳେ ସେମାନେ କୋଭିଡ ୧୯ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରକାଶ କରିଥିଲେ। ଭାଇରଲ ହୋଇଥିବା ପଜିଟିଭ ଲିଷ୍ଟ ଜାଣିବା ପରେ କେତେକ ବ୍ୟକ୍ତି ମାଣିତରା ସରପଞ୍ଚ ଶାନ୍ତିଲତା ନାୟକଙ୍କ ପ୍ରତିନିଧି ବବୁଲ ନାୟକଙ୍କୁ ଅଭିଯୋଗ କରିଥିଲେଯେ ମାଣିତରା ଗ୍ରାମର ଯେଉଁ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ତାଙ୍କର ପୁଅ ଓ ୩ ଜଣ ସାଙ୍ଗ ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରକୁ ଯାଇ ତାଙ୍କ ବାପାଙ୍କୁ ଭେଟି ଟଙ୍କା, ମୋବାଇଲ ଚାର୍ଜର ଓ ଟୁଆଲ ଆଣିଛନ୍ତି। ଏହା ଜାଣିବା ପରେ ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିନିଧି ବବୁଲ ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟ ନାରାୟଣ ସାହୁ, ଯୋଗାଣ ସହାୟକ ଲକ୍ଷ୍ମଣ କୁମାର ଗୌଡ଼ ଓ ମାଣିତରା ଦ୍ୱାୟିତ୍ୱରେ ଥିବା ପୋଲିସ କର୍ମଚାରୀ  ସେହି ଚାରିଜଣଙ୍କ ନିକଟକୁ ଯାଇ ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଭେଟିଥିବା କଥା ପଚାରିବା ପରେ ଚାରି ଜଣ ଭେଟିଥିବା ସ୍ୱୀକାର କରିଥିଲେ। ଯାହାଦ୍ୱାରା ସରପଞ୍ଚଙ୍କ ଜିଲାପାଳ କ୍ଷମତା ବଳରେ ସେହି ଚାରିଜଣଙ୍କୁ ମାଣିତରା ପଞ୍ଚାୟତର ସାପୁଆପଲ୍ଲୀ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରଖା ଯାଇଛି। ଏହି ବିଷୟ ନେଇ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ପ୍ରକାଶ କରିଥଲେଯେ  ଖବର ପଢି ସରପଞ୍ଚ ମହୋଦୟା ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁଁ ମାଣିତରା ପଞ୍ଚାୟତ କରୋନା ମହାବିପତ୍ତିରୁ ରକ୍ଷା ପାଇଛି।

  

0
0
0
s2sdefault