ହେଡଲାଇନସ୍:

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୂଖେ ଗଡ଼ିଲା ସ୍ୱତନ୍ତ୍ର ଏସି ଏକ୍ସପ୍ରେସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଡ଼ାକଡ଼ି ସୁରକ୍ଷା ଭିତରେ ୫୨୭ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଏସି ଟ୍ରେନରେ ଯାତ୍ରାକଲେ ।

 ଅନ୍ୟାନ୍ୟ ଷ୍ଟେସନର ଥିବା ଯାତ୍ରୀଙ୍କୁ ନେଇ ସମୁଦାୟ ୯୧୬ଜଣ ଯାତ୍ରୀ ଯାତ୍ରା କରିବେ ।

 ଥର୍ମାଲ୍ ସ୍କ୍ରିନିଂ ଓ ଉପଯୁକ୍ତ ସାମାଜିକ ଦୂରତ୍ୱର ନିୟମ କଡ଼ାକଡ଼ି ପାଳନ କରି ଚଢ଼ିବାକୁ ଦିଆଗଲା ଅନୁମତି | 

କେବଳ କରୋନା ରୋଗ ଲକ୍ଷଣ ନଥିବା ଯାତ୍ରୀମାନଙ୍କୁ ଟ୍ରେନରେ  ଚଢ଼ିବାକୁ ଅନୁମତି ଦିଆଯାଇଛି ।

 ଭୁବନେଶ୍ୱର  : ଭୁବନେଶ୍ୱର ଠାରୁ ନୂଆଦିଲ୍ଲୀ ଅଭିମୁଖେ ସ୍ୱତନ୍ତ୍ର ଏସି ଏକ୍ସପ୍ରେସ୍ ୫୨୭ ଜଣ ଯାତ୍ରୀଙ୍କୁ ନେଇ ଠିକ୍ ଦିନ ୧୦ ଘଟିକା ସମୟରେ ଯାତ୍ରା କରିଛି ଏବଂ ଅନ୍ୟାନ୍ୟ ରହଣି ଷ୍ଟେସନରେ  ୪୦୦ ଯାତ୍ରୀ ଏହି ଟ୍ରେନରେ  ଚଢ଼ିବେ ବୋଲି ଆଶା ।

ଏହି ସ୍ୱତନ୍ତ୍ର ଟ୍ରେନ୍ ତୃତୀୟ, ଦ୍ୱିତୀୟ ଓ ପ୍ରଥମ ଶ୍ରେଣୀ ସହ ସଂପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ଅଟେ । ଏହାର ଟିକେଟ୍ ଗୁଡ଼ିକ କେବଳ ଆଇ.ଆର୍.ସି.ଟି.ସି. ପୋର୍ଟାଲ୍ ଜରିଆରେ ଇଣ୍ଟର୍ନେଟ୍ ଦ୍ୱାରା ବୁକିଂ କରାଯାଇଥିଲା । ସୁବିଧା ଯାତ୍ରା ନିମନ୍ତେ ନିଜର ଖାଦ୍ୟ ଓ ଚାଦର ସାଙ୍ଗରେ ଆଣିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଯେଉଁମାନଙ୍କର କନ୍ଫର୍ମ ଟିକେଟ୍ ଥିଲା ସେହିମାନଙ୍କୁ କେବଳ ଟ୍ରେନ୍ ଭିତରକୁ ଚଢ଼ିବାକୁ ଅନୁମତି ଦିଆଯାଇଥିଲା । ଥର୍ମାଲ୍ ସ୍କି୍ରନିଂ ଓ ଉପଯୁକ୍ତ ସାମାଜିକ ଦୂରତା ରକ୍ଷାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ଯାତ୍ରୀମାନଙ୍କୁ ଟ୍ରେନ୍ରେ ଚଢ଼ିବାକୁ ଦିଆଯାଇଥିଲା । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଥିଲେ ଏବଂ ପାଦ ଦ୍ୱାରା ପରିଚାଳିତ ହାତ ସାନିଟାଇଜର୍ ପ୍ରବେଶ ଗେଟ୍ରେ ଯୋଗାଇ ଦିଆଯାଇଥିଲା ।

ରେଳ କର୍ମଚାରୀମାନେ, ଯାତ୍ରୀମାନେ କିଭଳି ଯଥାଯଥ ସାମାଜିକ ଦୂରତ୍ୱ ରକ୍ଷା କରି ଶୃଙ୍ଖଳିତ ଭାବେ ସ୍କି୍ରନିଂ ସାରି ଧାଡ଼ିରେ ଷ୍ଟେସନ୍ ପରିସରକୁ ପ୍ରବେଶ କରିବେ ଏବଂ ସାନିଟାଇଜ୍ ପରେ ଟ୍ରେନ୍ରେ ଚଢ଼ିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ ।

ଖୋର୍ଦ୍ଧାରୋଡ଼୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅଶୋକ କୁମାରଙ୍କ ନେତୃତ୍ୱରେ ସମସ୍ତ ବରିଷ୍ଠ ଅଧିକାରୀମାନେ ଏହି ସମସ୍ତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ ।

ସଂପୂର୍ଣ୍ଣ ଷ୍ଟେସନରେ  ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା, ସମସ୍ତ ଯାତ୍ରୀ ଟ୍ରେନ୍ରେ ସୁବିଧାପ୍ରଦ ଭାବେ ଚଢ଼ିଥିଲେ ଏବଂ ସମସ୍ତେ ଏକ ଆନନ୍ଦ ଓ ଖୁସି ପ୍ରତୀତ ହେଉଥିଲେ । ନିଜ ନିଜ ଘରକୁ ଫେରିଯିବାର ସୁଯୋଗ ମିଳିଛି ବୋଲି ସେମାନେ ଉତ୍ସାହିତ ହୋଇପଡ଼ିଥିଲେ ଏବଂ ଭାରତୀୟ ରେଳପଥ ଏହି ସୁବନ୍ଦୋବସ୍ତ  କରିଥିବାରୁ କୃତଜ୍ଞତା ଜଣାଇଥିଲେ ।

0
0
0
s2sdefault