ହେଡଲାଇନସ୍:

କୋଭିଡ ଯୋଦ୍ଧାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା-(ଦିଲ୍ଲୀପ ମହାନ୍ତି) .-ମୟୁରଭଞ୍ଜ ଜିଲ୍ଲା  ଜଶିପୁର ଥାନା ଅନ୍ତର୍ଗତ ଯଶୀପୁର ବ୍ଲକରେ ଅଘଟଣ | କୌଣସି କାରଣ ଯୋଗୁଁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପଦ୍ମଜା ଜେନାଙ୍କ ଆତ୍ମହତ୍ୟା । ବ୍ଳକର ଅନତି ଦୂରରେ ଥିବା  ଧୋବାଡିହାସ୍ଥିତ ଭଡା ଘର    ଫେନରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଅତ୍ୟଧିକ କାମ ପ୍ରେସର ଯୋଗୁଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ବ୍ଲକ ମଙ୍ଗଳ ଅଧିକାରିଣୀ ପଦ୍ମଜା ବ୍ଲକରେ କରୋନା ରୋଗୀଙ୍କ ଚିହ୍ନଟ ଦାୟିତ୍ୱ  ସହିତ ବ୍ଳକର ସମସ୍ତ ସଙ୍ଗରୋଧ ଗୃହର ଦାଇତ୍ୱ ମଧ୍ୟ ବହନ କରୁଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଗତକାଲି  ଆତ୍ମହତ୍ୟା କଲେ  ତାହା ରହସ୍ୟ ଘେରରେ । ତାଙ୍କର ନିଜସ୍ୱ  ଘର  କଟକରେ ହୋଇଥିବାରୁ ପରିବାର ଲୋକେ ଆଜି ସକାଳୁ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ତେବେ କାହିଁକି ଆତ୍ମହତ୍ୟା କରିଛନ୍ତି ତାର କୌଣସି ସୁରାକ ମିଳି ନ ଥିବା ବେଳେ ପୁଲିସ ଶବ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ କରିଛି । ପୋଲିସ  ପକ୍ଷରୁ ତଦନ୍ତ ଯାରି ରହିଛି ଏବଂ ପଦ୍ମଜା ବ୍ୟବହାର କରୁଥିବା ମୋବାଇଲ ଏବଂ ଲାପଟପକୁ ଜବତ କରି ତଦନ୍ତ ପରିସର ଭୂକ୍ତ କରାଇଛି । ତେବେ ପରିବାର ଲୋକେ ଅଫିସର ଅତ୍ୟଧିକ ପ୍ରେସର ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।   

0
0
0
s2sdefault