ହେଡଲାଇନସ୍:

କନକତୁରା ନିକଟସ୍ଥ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସୀମା ତଦାରଖ କଲେ ବରଗଡ଼ ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ୍ଧବାହାଲରୁ ପି.ଏମ୍.କେୟାର ଫଣ୍ଡ ପାଇଁ ଗ୍ରହଣ କଲେ ସହାୟତା ଅର୍ଥ

 ଝାରସୁଗୁଡା-ଲଖନପୁର/ ପ୍ରସନ୍ନ କୁମାର ସିଂହ :  ସୋମବାର ଦିନ ବରଗଡ଼ ସ°ସଦ ଶ୍ରୀ ସୁରେଶ ପୂଜାରୀ, ଜିଲ୍ଲା ବିଜେପି ସଭାପତି ଶ୍ରୀ ମଙ୍ଗଳ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଲକ୍ ଡାଉନ୍ ସମୟରେ ଲଖନପୁର ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ପଚାରିବୁଝିଥିଲେ । ସାଂସଦ ଶ୍ରୀ ପୂଜାରୀ କନକତୁରା ନିକଟସ୍ଥ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସୀମା ତଦାରଖ କରିବା ସଙ୍ଗେ ସଙ୍ଗେ ବନ୍ଧ ବାହାଲ ରୁ ପି.ଏମ୍.କେୟାର ଫଣ୍ଡ (ସହଯୋଗ) ଅର୍ଥ ଗ୍ରହଣ କରିଥିଲେ |

 ସାଂସଦ ଓ ଜିଲ୍ଲା ସଭାପତି ଶ୍ରୀ ସାମଲ ନାଏକ ଜିଲ୍ଲା ପରିଷଦ ସଭ୍ୟଙ୍କ ଅଧ୍ୟକ୍ଷତା ଓ ତତ୍ବାବଧାନରେ  ୫ଜଣ  ବ୍ୟକ୍ତି ଶ୍ରୀ ନରେଶ ଅଗ୍ରୱ।ଲ, ଶ୍ରୀ ଚନ୍ଦ୍ରଭାନ୍ ଅଗ୍ରୱାଲ, ଶ୍ରୀ ମନିଷ  ପ୍ରଶାରି , ଶ୍ରୀ ରମେଶ ସାହୁ ଓ ଶ୍ରୀ ସ°ଜୟ ପଧାନଙ୍କ ଠାରୁ ପି.ଏମ୍.କେୟାର ଫଣ୍ଡର ସହାୟତା ରାଶି ଗ୍ରହଣ କରିଥିଲେ। ଏପରି ବିପତ୍ତି ସମୟରେ ଲୋକଙ୍କ ସହଯୋଗ ପାଇଁ ସେ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ। 

0
0
0
s2sdefault