ହେଡଲାଇନସ୍:

କରୋନା ଯନ୍ତ୍ରଣା ବେଳେ ସହାୟତାର ହାତ ବଢ଼ାଇ ଦେଇଛି ଲାୟନସ କ୍ଲବ ଭୁବନେଶ୍ୱର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ) ମହାମାରି କରୋନାର କଡା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏଭଳି ସଙ୍କଟମୟ ସମୟରେ ଅଭାବୀ-ଗରିବ ଲୋକମାନେ କାମଧନ୍ଦା ଅଭାବ ଯୋଗୁଁ ଖାଇବା ଓ ଚଳିବା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରିବ-ଅଭାବୀ ଲୋକଙ୍କ ଏଭଳି ପରିସ୍ଥିତିକୁ ଦୃଷ୍ଟି ଆଗରେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ଦେବାକୁ ଅନେକ ବ୍ୟକ୍ତି ଓ ସଂଗଠନ ଉଦ୍ୟମ ଚଳାଇଥିବା ବେଳେ ସଦାସର୍ବଦା ସେବା ମାନସିକତା ନେଇ କାର୍ଯ୍ୟ କରି ଚାଲିଥିବା ଲାୟନସ କ୍ଲବ ଭୁବନେଶ୍ୱର ମଧ୍ୟ ଭୁବନେଶ୍ୱରରେ ଦୀର୍ଘ ୧୭ ଦିନ ଧରି  ତାହାର ସହାୟତା କାର୍ଯ୍ୟ ଜାରି ରଖିଛି | ବିଭିନ୍ନ ସ୍ଥାନରେ କ୍ଲବ ପକ୍ଷରୁ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି |   ଆଜି ଏହି କ୍ରମରେ ଲାୟନସ କ୍ଲବ ଅଫ ଭୁବନେଶ୍ୱରର କର୍ମକର୍ତ୍ତାମାନେ ଭୁବନେଶ୍ୱର ଲକ୍ଷ୍ମୀସାଗର କେନାଲ ରୋଡ଼ ପାଖରେ ଥିବା ଉପର ଭୋଇ ସାହିରେ ଲୋକମାନଙ୍କୁ ଚାଉଳ, ଡାଲି, ସୁଜି, ଚୁଡା, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି | ଆଜି ୪୫ ଟି ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ କ୍ଲବ ପକ୍ଷରୁ  ଏ ସହାୟତା ଜାରି ରହିବ ବୋଲି କୁହାଯାଇଛି |

0
0
0
s2sdefault