ହେଡଲାଇନସ୍:

କରୋନା ଲଢେଇ : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ବିନେକେଳା ଗ୍ରାମର ଧାର୍ମିକ ସଙ୍ଗଠନର ଦେଲା ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଟିଟିଲାଗଡ (ଗୌରବ ଦର୍ଜି)-କୋରୋନା ମହାମାରୀ  ସମଗ୍ର ବିଶ୍ଵରେ ବ୍ୟାପିଛି। ଏଥିରୁ ଆମ ଦେଶ ଭାରତ ମଧ୍ୟ ବଡ଼ ପଡି ନାହିଁ। ଭାରତ ର ସବୁ ରାଜ୍ୟ କୋରୋନା ମହାମାରୀ ପାଇଁ ଚିନ୍ତିତ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପୁରା ଦେଶ ଏହି ମହାମାରୀ ସହିତ ଲଢ଼ୁଛି। କୋରୋନା ପରି ମହାମାରୀ ସହିତ ଲଢ଼ିବା ପାଇଁ ଜନସାଧାରଣ ନିଜ ନିଜ ଶକ୍ତି ମୁତାବକ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ଓଡ଼ିଶା ରାଜ୍ୟ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ମଧ୍ୟ ଅନେକ ଅନୁଦାନ ମିଳିଛି। ଆଜି ଟିଟିଲାଗଡ ବିଧାୟିକା ତଥା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ  ଶ୍ରୀମତୀ ଟୁକୁନୀ  ସାହୁଙ୍କ ଅଧ୍ୟକ୍ଷତାରେ ବିନେକେଲା ଗ୍ରାମ ର ଅନ୍ତରଙ୍ଗ ସତ୍ୟ ସନାତନ ମହିମା ଧର୍ମ ସଂଘର ସଦସ୍ୟ ମାନେ ମିଶି ପ୍ରାୟ ୭୨,୮୨୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। କୋରୋନା ମହାମାରୀ ସହିତ ଲଢୁଥିବା କୋରୋନା ଯୋଦ୍ଧା ଯଥା  ଡାକ୍ତର , ନର୍ସ, ଗାଡ଼ି ଚାଲକ, ପୋଲିସ କର୍ମୀ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସରପଞ୍ଚ, ବିଡ଼ିଓ, ସ୍ବେଚ୍ଛାସେବୀ ସଙ୍ଗଠନ ଆଦି ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତିି ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି ବୋଲି କହିଥିଲେ। ଏଥିପାଇଁ ଉପ ଜିଲ୍ଲାପାଳ ମଧ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

0
0
0
s2sdefault