ହେଡଲାଇନସ୍:

ଜିଲ୍ଲାପାଳଙ୍କୁ ଭେଟି ଅସନ୍ତୋଷ ଜାହିର କଲେ ହରିବଳଦେବ ଜୀଉ ସେବାୟତ ମହାସଙ୍ଘ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରମ୍ବାର ଦାବି ସତ୍ତ୍ୱେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତମାନଙ୍କୁ ଦିଆଯାଉନି କରୋନା ସହାୟତା 

ଦେବୋତ୍ତର ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଭୋଗ ଓ ରୋଷ ସାମଗ୍ରୀ ନିମ୍ନ ମାନର

ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମହାମାରୀ ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବୀଜେଙ୍କ ମନ୍ଦିରରେ ଭକ୍ତମାନଙ୍କ ପ୍ରବେଶ, ପୂଜାର୍ଚ୍ଚନା ଆଦି ଉପରେ କଟକଣା ଲଗୁ କରାଯିବା ପରେ ମହାପ୍ରଭୂଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ କୌଣସି ଭକ୍ତ ଆସୁ ନାହାନ୍ତି । ଫଳରେ ମହାପ୍ରଭୂମାନଙ୍କ ସେବା କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କର ଦାନ ଦକ୍ଷିଣା  ବନ୍ଦ ହୋଇଯାଇଛି ଏବଂ ସେମାନଙ୍କ ଆୟ ଉପାର୍ଜନ ମଧ୍ୟ ଠପ୍ ହୋଇପଡ଼ିବାରୁ ପରିବାର ଭରଣପୋଷଣ ଅସମ୍ଭବ ବାଧାପ୍ରାପ୍ତ ହୋଇଛି । ତେଣୁ ସେବାୟତମାନଙ୍କୁ କରୋନା ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏଥି ସହିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରକୁ ମହାପ୍ରଭୂଙ୍କ ଠା, ନୀତି, ପ୍ରସାଦ ଆଦି ନିମନ୍ତେ ଦେବୋତ୍ତର ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାମଗ୍ରୀ ନିମ୍ନ ମାନର ହୋଇଥିବା କାରଣରୁ ପ୍ରସାଦର ମାନ ଓ ଗୁଣବତ୍ତା ହ୍ରାସ ପାଇବାରୁ ଭକ୍ତମାନଙ୍କ ନିକଟରେ ପ୍ରସାଦର ଚାହିଦା ହ୍ରାସ ପାଇଛି । ତେଣୁ  ସେବାୟତମାନଙ୍କୁ କରୋନା ସହାୟତା ପ୍ରଦାନ ସହିତ ଉନ୍ନତମାନର ରୋଷ ଓ ଭୋଗ ସାମଗ୍ରୀ ସହିତ ଶୁଦ୍ଧ ଦ୍ରବ୍ୟ ଯୋଗାଇବା ନିମନ୍ତେ ସେବାୟତ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତ୍ୱାବୁ, ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର, କାମେଶ୍ୱର ତ୍ରୀପାଠୀ, ରାଧାରମଣ ମହାପାତ୍ର , ମୃତ୍ୟୁଞ୍ଜୟ  ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । 

0
0
0
s2sdefault