ହେଡଲାଇନସ୍:

ଅସାଧୁ ବେପାରୀ କଲେଣି ଲୁଣର ବ୍ୟାପକ କଳା ବଜାରୀ, ପ୍ରଶାସନିକ ହସ୍ତକ୍ଷେପ ଦାବି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉପଜିଲ୍ଲାପାଳଙ୍କ ଚେତାବନୀ : କଳାବଜାରୀ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ବରଗଡ :- ପଦ୍ମପୁର ଉପଖଣ୍ଡ ପାଇକମାଲ ବଜାରରେ ଗତ କାଲିଠାରୁ କିଛି ଖଳ ପ୍ରକୃତିର ବ୍ୟବସାୟୀ ଲୁଣ ଭଳି ଅତ୍ୟାବଶ୍ୟକୀୟ ବସ୍ତୁର ବ୍ୟାପକ କଳା ବଜାରୀ କରୁଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ଲକଡାଉନ ଆରମ୍ଭ ହେବା ପରଠାରୁ କିଛି ବ୍ୟବସାୟୀ ବିଭିନ୍ନ ଅତ୍ୟାବସାକୀୟ ବସ୍ତୁର ମନମାନି ଦାମ ଉପଭୋକ୍ତା ମାନଙ୍କର ପାଖରୁ ଅସୁଲ କରୁଛନ୍ତି । ଗତକାଲି ଠାରୁ ଗୁଜବ ହେଲା ଯେ ଲୁଣ ଆଉ ମିଳିବ ନାହିଁ ଏହାର ଫାଇଦା ଉଠାଇ କିଛି ବଡ଼ବଡ଼ ବ୍ୟବସାୟୀ ନିଜ ଗୋଦାମରେ ଲୁଣ ଗଛିତ ରଖି ଉପଭୋକ୍ତା ମାନଙ୍କର ପାଖରୁ ମନଇଚ୍ଛା ଦାମ ଅସୁଲ କରୁଛନ୍ତି । ଏପଟେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୁଅନ କହିଛନ୍ତି ଯେ କୋଣସି ଅତ୍ୟାବଶ୍ୟକୀୟ ବସ୍ତୁର କଳା ବଜାରୀ ବିଲକୁଲ ବରଦାସ୍ତ କରାଯିବ ନାହିଁ । ଜନସାଧାରଣ ଙ୍କର ହିତ କୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ କଳା ବଜାରୀ କରିବାରୁ ନିବୃତ ରୁହନ୍ତୁ ନଚେତ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ବାଧ୍ୟ ହେବ ।

0
0
0
s2sdefault