ହେଡଲାଇନସ୍:

ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ବାହାରୁ  ନିଜ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏଣିକି ସେମାନଙ୍କ ନାମ  ଓ ଯେଉଁଥିରେ ଫେରୁଥିବେ   ତାର ପଞ୍ଜିକରଣ  ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।

ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ଯେ , " ବାହାର ରାଜ୍ୟରେ ରହି ଯାଇଥିବା ଶ୍ରମିକ ଭାଇ ଭଉଣୀ ମାନେ ନିଜ ରାଜ୍ୟ ତଥା ଜିଲ୍ଲାକୁ ଫେରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।ସେହି ପୋର୍ଟାଲ ହେଉଛି  :- covid19.odisha.gov.in  ଯେଉଁ ମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ନିଜର ନାମକୁ ଏହି ପୋର୍ଟାଲରେ ଅନ-ଲାଇନରେ ପଞ୍ଜିକରଣ କରିବେ ଏବଂ  ଏଥି ସହିତ ନିଜେ ବ୍ୟବହାର କରୁଥିବା ତଥା ଆସୁଥିବା ଦୁଇଚକିଆ , ଚାରି ଚକିଆ , ବସ କି ଅନ୍ୟାନ୍ୟ ଯାନବାହାନର ପଞ୍ଜିକରଣ କରିବା ମଧ୍ୟ ବାଧ୍ୟତା-ମୂଳକ ।

ଅନ୍ୟପକ୍ଷରେ  ନିଜ ଅଞ୍ଚଳକୁ ଫେରୁଥିବା ଓଡ଼ିଆ ମାନେ ଆସିବା ବେଳେ ସରକାରଙ୍କ ପ୍ରଦତ୍ତ ତଥା ଦିଆ ଯାଇଥିବା କେଉଁ ନିର୍ଦ୍ଧିଷ୍ଟ ରାସ୍ତା ଦେଇ ଆସୁଛନ୍ତି , ତାହା ମଧ୍ୟ ପଞ୍ଜିକରଣ ବେଳେ ଦର୍ଶାଇବେ ଏବଂ ସେହି ରାସ୍ତା ଦେଇ ହିଁ ଆସିବାକୁ ହେବ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଫେରିବା ବେଳେ ଓଡିଶା ଭିତରକୁ ପ୍ରବେଶ କରିବା ପାଇଁ ନିମ୍ନ ଲିଖିତ  ଚିହ୍ନଟ ହୋଇଥିବା ୧୨ ଗୋଟି ସୀମାନ୍ତ ଚେକ-ପୋଷ୍ଟ ତଥା ଚେକିଙ୍ଗ ପଏଣ୍ଟ ନୋଟିଫାଏଡ଼ କରାହୋଇଛି ।  ସେ ଗୁଡିକ ହେଲା :–(୧)ବିରମିତ୍ର ପୁର ,ସୁନ୍ଦରଗଡ଼ (୨) ଚମ୍ପୁଆ ,କେନ୍ଦୁଝର (୩) ଚାନ୍ଦିଲି , କୋରାପୁଟ (୪)ଗିରିସୋଲା , ଗଞ୍ଜାମ (୫) ଜାମସୋଲା , ମୟୁରଭଞ୍ଜ (୬) କେରେଡା , ରାୟଗଡା (୭) ଖରିଆର ରୋଡ଼ , ନୂଆପଡା (୮) ଲକ୍ଷ୍ମଣ ନାଥ , ବାଲେଶ୍ଵର (୯) ଲୁହାରଚାଟି , ବରଗଡ଼ (୧୦) ମୋଟୁ , ମାଲକାନଗିରି (୧୧) ସୁଙ୍କି , କୋରାପୁଟ ।

କେବଳ ସେହି ମାଧ୍ୟମରେ ହିଁ ଆମର ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ଭାଇଭଉଣୀ ମାନେ ବୋର୍ଡର ଚେକିଙ୍ଗ ପଏଣ୍ଟକୁ ଆସିବେ , ଯେଉଁଠି କି ସେମାନେ ଆସୁଥିବା ନିଜର ଓ ଯାନବାହନର ପଞ୍ଜିକରଣ ହୋଇଥିବା ଦେଖାଇବେ । ତା ପରେ ସେଠାରେ ତାଙ୍କର ମେଡିକାଲ ଥର୍ମାଲ ସ୍କ୍ରିନିଙ୍ଗ  ହେବ ।  ଏତଦ୍ ବ୍ୟତୀତ , ସେମାନଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସେଠାରେ ହୋଇଥିବା ଦେଖିବା ପରେ ହିଁ ସେମାନଙ୍କୁ ଜିଲ୍ଲାକୁ ଅଣାଯିବ ବୋଲି କହିଛନ୍ତି  ଜିଲ୍ଲାପାଳ ଶ୍ରୀ ସାହା ।

   ଅନ୍ୟପକ୍ଷରେ , ଆମର ଯେଉଁ ସବୁ ବୋର୍ଡର ଚେକିଙ୍ଗ ପଏଣ୍ଟ ସବୁ କରାହୋଇଛି , ଗଜପତି ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ଆସିବା ପାଇଁ ଗଞ୍ଜାମ ଜିଲ୍ଲାର ଗିରିସୋଲା ଗେଟ ଏବଂ ରାୟଗଡା ଜିଲ୍ଲାର କେରେଡା ଚେକିଙ୍ଗ ପଏଣ୍ଟ ଦେଇ ଆସିବାକୁ ହେବ ।  ଏମିତିକି ,   ଉପରୋକ୍ତ ସୀମାନ୍ତ ଚେକିଙ୍ଗ ପଏଣ୍ଟ ମଧ୍ୟରୁ ଯେ କୌଣସି  ଚେକିଙ୍ଗ ପଏଣ୍ଟ ତଥା ଗେଟ ଦେଇ ଆସିପାରିବେ ।   ଗଜପତି ଜିଲ୍ଲାର ଭାଇଭଉଣୀ ମାନେ  ଯେଉଁ ମାନେ କି ବାହାର ରାଜ୍ୟରେ ଅଛନ୍ତି ଗେଟ ପଏଣ୍ଟକୁ ଆସିବା ପୂର୍ବରୁ  ସେମାନଙ୍କୁ ଅନୁରୋଧ କରାଯାଉଛି ଯେ , ପଞ୍ଜିକରଣ ନିଶ୍ଚିତ ଭାବେ କରିବେ ଏବଂ ଯେଉଁ ଗାଡି  ପଞ୍ଜିକରଣ କରୁଛନ୍ତି , ସେସବୁ ପଞ୍ଜିକରଣର ସ୍ୱୀକୃତି ପତ୍ର ସାଙ୍ଗରେ ଆଣିଥିବେ ଏବଂ ପଞ୍ଜିକରଣ କରିଥିବା ଯାନବାହନରେ ହିଁ ଆସି ଏହି ବୋର୍ଡର ଚେକିଙ୍ଗ ପଏଣ୍ଟରେ ହିଁ ଆସି ପହଞ୍ଚିବେ । ତାପରେ ପଞ୍ଜିକରଣ କରିଥିବାର ସ୍ୱୀକୃତି ପତ୍ର ଚେକିଙ୍ଗ ପଏଣ୍ଟରେ ଦେଖାଇ ଦାଖଲ କରିବେ। ତା ପରେ ପରେ  ପ୍ରକ୍ରିୟା ଆରମ୍ଭ ହୋଇ ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ଭାବେ କରାଯିବା ସହ କରେଣ୍ଟାଇନରେ ରଖାଯିବା ପାଇଁ ଅଲିଭା କାଳି ମାଧ୍ୟମରେ ମାର୍କିଙ୍ଗ ମଧ୍ୟ କରାଯିବ ।  ତା ପରେ ପରେ ଆମକୁ ସୂଚନା ମଧ୍ୟ ଆସିଯିବ  , ଆମେ ସେମାନଙ୍କୁ ଆମର  କରେଣ୍ଟାଇନ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଯେଉଁ ଚିହ୍ନଟ କରି ରଖିଛୁ , ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରରେ ସେହି କେନ୍ଦ୍ର ଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି  , ସେଠାରେ ସେମାନଙ୍କୁ ସମସ୍ତ ବ୍ୟବସ୍ଥା ସହ ରଖାଯିବ" ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

0
0
0
s2sdefault