ହେଡଲାଇନସ୍:

ଗଜପତି ଜିଲ୍ଲା ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ  ଉପଲଡା ପଞ୍ଚାୟତରେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଓ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ରହିଥିବା ଅଭାବୀ ଗରିବ ଲୋକ ମାନଙ୍କୁ ଚାଉଳ ଓ ପନିପରିବା ସମେତ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚାର ସଭାପତି ଏସ: ଲିଙ୍ଗରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ବିଜେଡି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଲିଙ୍ଗରାଜ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ମହାମାରି କରୋନାର କଡା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।

ଏଭଳି ସଙ୍କଟମୟ ସମୟରେ ଗ୍ରାମାଞ୍ଚଳରେ ରହିଥିବା ଅଭାବୀ-ଗରିବ ଲୋକମାନେ କାମଧନ୍ଦା ଅଭାବ ଓ ସେମାନଙ୍କ ଗରିବତା ଯୋଗୁଁ ଖାଇବା ଓ ଚଳିବା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗରିବ-ଅଭାବୀ ଲୋକଙ୍କ ଏଭଳି ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଆମ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ  ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କ  ନିର୍ଦ୍ଦେଶ ଓ ପରାମର୍ଶ ରହିଛି ଯେ , ଦଳୀୟ କର୍ମୀ ଓ ନେତା ମାନେ ନିଜର ସମ୍ବଳ ଶକ୍ତିକୁ ପାଥେୟ କରି ଏଭଳି ସଙ୍କଟମୟ ସମୟରେ ଗରିବ-ଅଭାବୀ ଲୋକମାନଙ୍କୁ ଯଥା ସାହାଯ୍ୟ ଯୋଗାଇ ଦେବାପାଇଁ ।

ସେହି ପରାମର୍ଶ ଓ ନିର୍ଦ୍ଦେଶ କ୍ରମେ ଆଜି ଉପଲଡା ପଞ୍ଚାୟତ ଅଞ୍ଚଳରେ ଦିଆହେଲା । ୫ କେଜି ଲେଖାଏଁ ଚାଉଳ , ପନିପରିବା ଓ ମାସ୍କ ପ୍ରାୟ ଏକ ହଜାର ଗରିବ , ଅସହାୟ ଅଭାବୀ ଲୋକଙ୍କୁ ବଣ୍ଟନ କରାଯାଇଛି ବୋଲି ଶ୍ରୀ ଲିଙ୍ଗରାଜ କହିଛନ୍ତି ।

0
0
0
s2sdefault