ହେଡଲାଇନସ୍:

ଟ୍ରାକ୍ଟର ଚକା ତଳେ ଚାଲିଗଲା ୫ ମାସ ଶିଶୁ କନ୍ୟାର ଜୀବନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମହାମାରୀ 'କରୋନା'କୁ ନେଇ  ଦିର୍ଘ ୪୦ ଦିନ ହେଲା ଲକ୍ ଡାଉନ୍ ଜାରି ରହିଛି । ଏହାର ପ୍ରଭାବ  ଦିନ ମଜୁରିଆ, ଶ୍ରମିକମାନଙ୍କ ଉପରେ ପ୍ରଭାବ ପଡ଼ିଲା । ତେଣୁ ସରକାର କିଛିଟା ଲକ୍ ଡାଉନ୍  କୋହଳ  କରିଛନ୍ତି । ଚାଷକାମ , ନିର୍ମାଣ କାମ, କଳକାରଖାନା କାମ ପାଇଁ କିଛିଟା ସର୍ତ୍ତମୂଳକ ନିୟମ ଧାର୍ଯ୍ୟ କରିଛନ୍ତି । ଏହି ନିୟମ ଅନୁସାରେ ଚାଷୀ ,ନିର୍ମାଣ ପାଇଁ ଲୋକ ସଜବାଜ ହୋଇ ସରକାରଙ୍କ ନିୟମକୁ ମାନି କାମ ଆରମ୍ଭ କରି ଦେଇଛନ୍ତି ।

  ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଲକ ଅସନା ପଞ୍ଚାୟତର ଭିତରଆମଦା ଗାଁରେ ଟ୍ରାକ୍ଟର ଚାପାରେ ଜଣେ ୫ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ବହଳଦା ବ୍ଲକର ଝରାଡିହି ଅଂଚଳର ଅଶ୍ରୁଘାଟି ଗାଁର ସିଦ ହେମ୍ବ୍ରମ ପରିବାର ତାଙ୍କର ଶଶୁର ଘର ଭିତର ଆମଦାନୀ ଗାଁ କୁ ଯାଇ ଲକ୍ ଡାଉନ୍ ପାଇଁ କିଛି ଦିନ ରହିଥିଲେ । ତାଙ୍କର ଶଶୁର ଘର ବାଡ଼ିରେ ଜଣେ ଦୁଇ ଦିନ ହେଲା ଟ୍ରାକ୍ଟର ରଖିଥିଲେ । ସୋମବାର ସକାଳୁ ସିଦ ହେମ୍ବ୍ରମର ସ୍ତ୍ରୀ ମାୟା ହେମ୍ବ୍ରମ ନିଜ ବାଡ଼ିରେ ଥିବା ଛୋଟ ଗାଡ଼ିରେ ଘରର ବାସନ ଓ ଲୁଗାପଟା ସେହି ଗାଡିଆରେ ସଫା କରିବା ପାଇଁ ଯାଇଥିଲେ । ନିଜର ୫ମାସର କୁନି ଝିଅକୁ କିଛି ଦୂରରେ  କନ୍ଥା ଓ କପଡ଼ାରେ ଶୋଇ ଦେଇଥିଲେ । ଆଜି ସକାଳ ସମୟରେ ଟ୍ରାକ୍ଟର ଚାଳକ ଆସି  ଟ୍ରାକ୍ଟରକୁ ଷ୍ଟାର୍ଟ କରି ପଛେଇ ପଛେଇ ଯାଉଥିବା ବେଳେ କନ୍ଥା ଓ ଲୁଗାପଟା ପଡ଼ିଥିବାର ଦେଖିଥିଲା । କିନ୍ତୁ ତାରି ଭିତରେ ଛୂଆଟି ଶୋଇଥିବା ଲକ୍ଷ୍ୟ କରି ନ କରି ଉପରଦେଇ  ଟ୍ରାକ୍ଟର ଚଲାଇ ନେଇଥିଲା । ହଠାତ୍ ମା'ଲୁଗା ସଫା କରୂଥିବା ବେଳେ ପିଲାଟିର ମୁଣ୍ଡ  ଟ୍ରାକ୍ଟର ଚକାତଳେ  ଥିବାର ଦେଖି ସଙ୍ଗେ ସଙ୍ଗେ ଚିତ୍କାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସରେ  ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଟ୍ରାକ୍ଟର ଡ୍ରାଇଭର ଦୁର୍ଘଟଣା ଘଟାଇବା ପରେ ଖସି ପଳାଇ ଯାଇଥିଲା ।ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ କରୁଛନ୍ତି ।ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ମୃତକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ଓ ମାମଲା ରୁଜୁ କରିଛି ।

 

0
0
0
s2sdefault