ହେଡଲାଇନସ୍:

ପାଂଚଟି ସାଇକେଲରେ ଆସୁଥିଲେ, ବାଟରେ ବିକିଦେଲେ ଦୁଇଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କରୋନା ଯନ୍ତ୍ରଣା : ବିକଳରେ ସାଇକେଲରେ ଚାଲିଆସିଲେ ମୁମ୍ବାଇରୁ 

ବଲାଙ୍ଗୀର( ନିରୋଜ ମିଶ୍ର) : ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସ ହାବୁଡରେ ପଡିଛନ୍ତି ବୌଦ୍ଧ ଜିଳ୍ଳା କଣ୍ଟାମାଳ ଥାନା ଅଞ୍ଚଳର ୫ ଯୁବ ଶ୍ରମିକ । ଏମାନେ ସାଇକେଲରେ ମୁମ୍ବାଇରୁ ନିଜ ଗାଁକୁ ଫେରୁଥିବା ବେଳେ ତୁଷୁରା ପୋଲିସ ଅଟକାଇଥିଲେ । ତୁଷୁରା ସହରରେ ଲକ୍‌ଡାଉନ୍‌ ଚାଲିଥିବାରୁ ସହର ସୀମାରେ ସିଲ୍‌ କରାଯାଇଥିଲା । ଏଠାରେ ଥିବା ଅସ୍ଥାୟୀ ଗେଟ୍‌ରେ ପୋଲିସ ଅଟକାଇବାରୁ ପୋଲିସ ନିକଟରେ ସେମାନେ ଏହି ଦୁଃଖର କାହାଣୀ ବର୍ଣ୍ଣନା କରିଥିଲେ। ଉକ୍ତ ଯୁବକମାନେ କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର ଯୁବକ ବୋଲି ଜଣାପଡ଼ିଛି ।

ଏମାନେ ଗତ ମେ ୨ରୁ ମୁମ୍ବାଇରୁ ୫ଟି ସାଇକେଲରେ ନିଜ ଗାଁକୁ ବାହରିଥିଲେ । ବାଟରେ ଆସୁଥିବା ବେଳେ ଖିଆ ପିଆରେ ପାଖରୁ ପଇସା ସରିଯାଇଥିଲା । ଖାଇବା ପାଇଁ ଅସୁବିଧା ହେବାରୁ ଦୁଇଟି ସାଇକେଲ କମ୍ ଦରରେ ବିକ୍ରି କରି ଯାହା ଟଙ୍କା ମିଳିଲା ସେଥିରେ ଖିଆପିଆ କରିଥିଲେ । ଆଉ ତିନୋଟି ସାଇକେଲରେ ସେମାନେ ନିଜ ଗାଁ ଅଭିମୁଖେ ବାହାରିଥିବା ଏହି ଯୁବକମାନେ ପ୍ରକାଶ କରିଛନ୍ତି। ଏପରିକି ତୁଷୁରା ଅସ୍ଥାୟୀ ଗେଟ୍‌ରେ ଥିବା ପୋଲିସ ଏମାନଙ୍କ ଦୁଃଖ ସହି ନପାରି ଏଏସ୍‌ଆଇ ଯୁବରାଜ କୁମ୍ଭାର ଓ ନବୀନ ମିଶ୍ର ଉକ୍ତ ଯୁବକମାନଙ୍କୁ ମୁଢ଼ି, ମିକ୍ସଚର, ବିସ୍କୁଟ ଓ ପିଇବା ପାଣି ଦେଇ ମାନବିକତାର ପରିଚୟ ଦେଇଛନ୍ତି ।

0
0
0
s2sdefault