ହେଡଲାଇନସ୍:

ରାତିରେ ବି ଅନ୍ତରାଜ୍ୟ ସୀମାରେ  ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଡଲପୁର ଥାନା ଅଂଚଳର ଅନେକ ଗ୍ରାମ ପଡୋଶୀ ଛତିଶଗଡ଼ ରାଜ୍ୟର ସୀମାକୁ ଲାଗି ରହିଛି । କେବଳ ଅତ୍ୟାବଶ୍ୟକୀୟ ଜିନିଷର ପରିବହନ ବ୍ୟତୀତ ଅନ୍ୟ କୋଣସି ପ୍ରକାରର ଗମନାଗମନ ପାଇଁ ସୀମା ସମ୍ପୂର୍ଣ୍ଣ ସିଲ ରହିଛି । ଜିଲ୍ଲାର ସବୁ ସୀମାକୁ ଜଗି ରହିଛନ୍ତି ବରଗଡ଼ ପୋଲିସର କର୍ମଚାରୀ । ସୋମବାର ସନ୍ଧ୍ୟା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଜଗଡଲପୁର ଅନ୍ତର୍ଗତ ବିଭିନ୍ନ ସୀମାକୁ ଯାଇ ନିରୀକ୍ଷଣ କରିବା ସହିତ ସୀମାନ୍ତବର୍ତୀ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କର ସହିତ  ପୃଥକ ପୃଥକ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପଜିଲ୍ଲାପାଳ ଶ୍ରୀ ଦରୁଆନ ଲକଡାଉନ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବରେ ଉପଖଣ୍ଡର ପ୍ରତ୍ୟେକ ଗୁରୁତ୍ୱ ପୂର୍ଣ ଗ୍ରାମକୁ , ଅନ୍ତରାଜ୍ୟ ତଥା ଜିଲ୍ଲା ସୀମା ଅଞ୍ଚଳ କୁ ବାରମ୍ବାର ପରିଦର୍ଶନ କରିବା ସହିତ ବିଭିନ୍ନ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଓ ପ୍ରତ୍ୟେକ ସଂଗରୋଧ କେନ୍ଦ୍ରକୁ ବାରମ୍ବାର ପରିଦର୍ଶନ କରିଛନ୍ତି । ଆଜି କିନ୍ତୁ ରାତି ସମୟରେ ସୀମାନ୍ତ ଅଂଚଳରେ ଉପଜିଲ୍ଲାପାଳଙ୍କୁ ନିରୀକ୍ଷଣ କରୁଥିବା ଦେଖି ସେ ଅଂଚଳର ଗ୍ରାମବାସୀ ମାନେ ଖୁସି ଅନୁଭବ କରିଛନ୍ତି । ଉପଜିଲ୍ଲାପାଳ ଙ୍କର ସହିତ ଝାରବନ୍ଧ BDO  ରୁନୁ ଲାକ୍ରା ଓ ଥାନା ଅଧିଲାରୀ ଲିଲିମା ଲଳିତା ବାର୍ଳା ମଧ୍ୟ ଉପସ୍ଥିତ ରହି ସୀମା ନିରୀକ୍ଷଣ କରିବା ସହିତ ବିଭିନ୍ନ ଗ୍ରାମରେ  ଗ୍ରାମବାସୀ ଙ୍କର ସହିତ ଆଲୋଚନା କରିଥିଲେ ।

 

0
0
0
s2sdefault