ହେଡଲାଇନସ୍:

ପଞ୍ଚଭୂତରେ ବିଲୀନ ହୋଇଗଲେ ସଭିଙ୍କ ପ୍ରିୟ ସୁବାସ ଭାଇ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହାନ ଙ୍କର ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୋର 3ଟା 05 ମିନିଟରେ ଦେହାନ୍ତ ହୋଇଯିବା ପରେ ତାଙ୍କର ମର ଶରୀର ସନ୍ଧ୍ୟା ପ୍ରାୟ 5ଟା ସମୟରେ ତାଙ୍କର ଗ୍ରାମ ଆମ୍ବବାହାଲ ଠାରେ ପହଞ୍ଚିଥିଲା । ଏହା ପୂର୍ବରୁ ବରଗଡ଼ ଠାରେ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଓ SP ପଦ୍ମିନୀ ସାହୁ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀ ଚୌହାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ସୋହେଲା ଠାରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ବିଜେପୁର ବିଧାୟକ ଶ୍ରୀମତୀ ରିତା ସାହୁ ମଧ୍ୟ ଏହି ଜନପ୍ରିୟ ନେତା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଜି ସଁଭିିିଙ୍କ ପ୍ରିୟ ସୁବାସ ଭାଇ ଙ୍କର ଦେହାନ୍ତ ହେଇଯାଇଥିବା ଖବର ପ୍ରଚାରିତ ହେବା ପରଠାରୁ ଆମ୍ବବାହାଲ ଗ୍ରାମର ପ୍ରତ୍ୟେକ ଲୋକ ଦୁଖଃ ରେ ଭାଙ୍ଗି ପଡିଛନ୍ତି ।କାରଣ ସୁବାସଙ୍କୁ ଏହି ଗାଁ ଓ ଆଖପାଖ ଅଞ୍ଚଳର ଲୋକ ମାନେ ଅତି ମାତ୍ରାରେ ଭଲ ପାଉଥିଲେ । ସୁବାସ ଭାଇଙ୍କର ମର ଶରୀର ଗାଁ କୁ ପହଂଚିବା ପରେ ଗାଁରେ ସୃଷ୍ଟି ହେଇଥିଲା ଶୋକାକୁଳ ପରିବେଶ । ଏହି ମହାନ ନେତା ଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ମାନ୍ୟବର ସାଂସଦ ଶ୍ରୀ ସୁରେଶ ପୂଜାରୀ , ମାନ୍ୟବର ପଦ୍ମପୁର ବିଧାୟକ ଶ୍ରୀ  ବିଜୟ ରଂଜନ ସିଂ ବରିହା , ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ, SDPO ଶ୍ରୀ ପ୍ରଦପ କୁମାର ସାହୁ , ADIPRO ଶ୍ରୀ ପୂର୍ଣଚନ୍ଦ୍ର ପାଣିଗ୍ରାହୀ , ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ , ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକ , ଶ୍ରୀ ପ୍ରୀତମ ମେହେର , ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପାର୍ଟ ମେମ୍ବର ଶ୍ରୀ ନାରାୟଣ ସାହୁ , ଶ୍ରୀ ଟୁକୁ ମିଶ୍ର , ଶ୍ରୀ ପ୍ରଶାନ୍ତ ମହାନ୍ତି ,ଶ୍ରୀ ଅନୀଲ ଅଗ୍ରବାଲ , ଗୋବର୍ଦ୍ଧନ ଭୋଇ ,ପ୍ରମୁଖ ସୁବାସ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁବାଷ ଭାଇଙ୍କର ପୁତୁରା ଶ୍ରୀ ବିକାଶ ଚୌହାନ ମୁଖାଗ୍ନି ଦେଇଥିଲେ । ସୁବାଷ ଭାଇ ଆଉ ନାହାନ୍ତି ସତ , ତାଙ୍କର ବିୟୋଗ ସମଗ୍ର ଓଡିଶା ପାଇଁ ଏକ ଅପୁରଣୀୟ କ୍ଷତି । କିନ୍ତୁ ପଶ୍ଚିମ ଓଡିଶାବାସୀଙ୍କ ପ୍ରାତି ତାଙ୍କର ଅନାବିଳ ଭଲ ପାଇବା ସକାଶେ ସେ ସବୁଦିନ ମନେ ରହିଥିବେ ।

0
0
0
s2sdefault