ହେଡଲାଇନସ୍:

ମା ପାଇଁ ଦି ପଦ : ସୋଆ ପକ୍ଷରୁ ମଦର୍ସ ଡେ ପ୍ରତିଯୋଗିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ମାତୃତ୍ୱ  ଦିବସରେ ମାତୃଶକ୍ତି କୁ ସମ୍ମାନ ଓ  ପ୍ରଣାମ | ମା'ର ମମତା, ତ୍ୟାଗ, ତିତିକ୍ଷା, ବଳିଦାନ ଅସୀମ ଆଉ ଅତୁଳନୀୟ | ସେଇ ମା ପାଇଁ ଲେଖି ବସିଲେ ତ ପୋଥି ହୋଇଯିବ | ହେଲେ ସଂସାରର ସର୍ବଶେଷ୍ଠ ସୃଷ୍ଟି "ମା" ର ମହନୀୟତାକୁ  ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ତାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି | ମାଙ୍କ ସହିତ ସେଲ୍ଫିଟିଏ ଉଠାଇ ମା ବିଷୟରେ ଦି ଧାଡି ଲେଖିବାର ଅବସର ଯୋଗାଇଛି ସୋଆ | ସୋଆର ଛାତ୍ରଛାତ୍ରୀ ମାନେ ନିଜ ମାଙ୍କ ଓ ତାଙ୍କ  ସମ୍ପର୍କରେ ଦୁଇପଦ ଲେଖିବା ସହ ମାଙ୍କ ସହ ତାଙ୍କର ଏକ ସେଲଫି ପଠାଇବେ ମେ 17 ତାରିଖ ସୁଦ୍ଧା This email address is being protected from spambots. You need JavaScript enabled to view it. ମେଲ ଆଇଡି ଓ 9776645918 ହ୍ବାଟସଆପ ନମ୍ବରରେ | ଛାତ୍ରଛାତ୍ରୀ ମାନେ ପଠାଇଥିବା ମେସେଜରୁ 10ଟି ଶ୍ରେଷ୍ଠ ମେସେଜ ପ୍ରଦାନକାରୀ ଛାତ୍ରଛାତ୍ରୀଙ୍କୁ ସୋଆ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ସୋଆ ପକ୍ଷରୁ କୁହାଯାଇଛି |

0
0
0
s2sdefault