ହେଡଲାଇନସ୍:

ସୁବାଷଙ୍କୁ ହରାଇ ଲୁହରେ ଭିଜିଛି ଆମ୍ବବାହାଲ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପଦ୍ମପୁର(ଶାସକ ପ୍ରଶାସକ)  -ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ଖବର ପ୍ରସ୍ତରିତ ହେବା ପରେ ତାଙ୍କ ପୈତୃକ ଗ୍ରାମ ଆମ୍ବବାହାଲରେ ଶୋକର ଛାୟା ଖେଳି ଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଖା ପଞ୍ଚାୟତ ଆମ୍ବବାହାଲ ଗ୍ରାମରେ ସୁବାଷ ଚୌହାନ ୧୯୬୬ ମସିହାରେ ଏକ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଦୀର୍ଘ ଦିନ ହେଲା ଲିଭର କର୍କଟ ରୋଗରେ ପିଡ଼ିତ ଥିଲେ ଏଚ ଆଜି ସକାଳ ପ୍ରାୟ ୩ ଟା ସମୟରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାନ ଅବସ୍ଥାରେ ସେ ଇହଧାମ ତ୍ୟାଗ କରିଛନ୍ତି ।

ମାତ୍ର ୫୪ ବର୍ଷ ବୟସରେ ସୁବାଷଙ୍କ ଅକାଳ ବିୟୋଗ ଖବର ପାଇବା ପରେ ତାଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଛନ୍ତି । ସମସ୍ତଙ୍କ ସୁଖଦୁଖରେ ଯାହା ହେଉଥିବା ପର୍ବତ ବୋହାନଙ୍କ ଶେଷ ଦର୍ଶନ ପାଇଁ ଏବେ ତାଙ୍କ ପରିବାରବର୍ଗ ତଥା ଗ୍ରାମବାସୀ ଆକୁଳ ଭାବରେ ଅପେକ୍ଷା କରି ରହିଛନ୍ତି |

0
0
0
s2sdefault