ହେଡଲାଇନସ୍:

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଆରଏମଏନଏସଆଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଧାନୀର ବସ୍ତି ଅଂଚଳରେ ବାଣ୍ଟିଲା ଅତ୍ୟାବଶ୍ୟକ ସାମଗ୍ରୀ କିଟ 

ଭୁବନେଶ୍ୱର (ଶାସକ ପ୍ରଶାସକ) :ସମଗ୍ର ବିଶ୍ୱ କରୋନା କବଳରେ ଛଟପଟ ହେଉଥିବା ବେଳେ ଭାରତରେ ମଧ୍ୟ  ଦୀର୍ଘ  ୪୦ ଦିନ ହେବ କୋବିଦ ୧୯  ମହାମାରୀ ତାର କାୟା ବିସ୍ତାର କରିଛି  | କୋବିଦ-୧୯ ମୁକାବିଲା କରିବା ପାଇଁ  ତଥା ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶ ବ୍ୟାପି ଲକ ଡାଉନ ଜାରି ରହିଛି |  ଲକ ଡାଉନ ଅବସରରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସବୁଠବୁ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ  ଅସହାୟ ଓ ଦିନମଜୁରିଆ ଭାଇଭଉଣୀ ମାନେ | ଗୁରୁତର ଆର୍ଥିକ ଅନଟନ ଭିତରେ ଜୀବନ ଅତିବାହିତ କରୁଥିବା ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଆର୍ସେଲର ମିତଲ ନିପନ ଇଣ୍ଡିଆ ଲିମିଟେଡ ଓଡିଶା ଫାସିଲିଟି । ଆଜି  ଭୁବନେଶ୍ୱର ୟୁନିଟ-୨ ପଟେଲ ବସ୍ତି, ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ସଂଘ ପଛପାଖ ବସ୍ତି ଓ କେନ୍ଦ୍ରୀୟ ବିଦ୍ୟାଳୟ ସାମନାରେ ପଲିଥିନ ଘେରା ଘରେ ରହୁଥିବା କିଛି ଅସହାୟ ତଥା ରୋଜଗାର ହରାଇଥିବା ଲୋକଙ୍କୁ ଚାଉଳ, ଅଟା, ଡାଲି, ମସଲା, ଚିନି, ତେଲ, ଲୁଣ, ଅମୁଲ, ବିସ୍କୁଟ, ସାବୁନ ଓ ସାନିଟାଇଜର ଆଦି କମ୍ପାନି ପକ୍ଷରୁ ବଣ୍ଟନ କରାଯାଇଛି  । 

ଆର୍ସେଲର ମିତଲ ନିପନ ଇଣ୍ଡିଆ ଲିମିଟେଡ ଓଡିଶା ଫାସିଲିଟ କମ୍ପାନୀ ପକ୍ଷରୁ ଏଚଆର ମୁଖ୍ୟ ପି କେ ମହାନ୍ତି, ଓଡିଶା ଅପରେସନର ହେଡ ସିକ୍ୟୁରିଟି  ଦୁର୍ଲ୍ଲଭ ସିଂହ, ହେଡ ପ୍ଲାନିଂ ଆଣ୍ଡ ମେକାନିକାଲ ମି .ତାପସ ରଞ୍ଜନ, ଓଡିଶା ଫାସିଲିଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ , ଆରଏମଏନଏସଆଇ ଅପରେସନ ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲ୍ଲୀପ ଓମାନ, କର୍ପୋରେଟ କମ୍ୟୁନିକେସନ  ଓ ରିଲେସନ ଓଡିଶା ବିଜିନେସ ହେଡ ରବିନାରାୟଣ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ଅତ୍ୟାବଶକ ସାମଗ୍ରୀର କିଟସ  ବଣ୍ଟନ କରିଥିଲେ  । କୋଭିଡ-୧୯ ଭଳି ମହାମାରୀ ବିରୋଧରେ ଚାଲିଥିବା ଦେଶବ୍ୟାପୀ ଲଢେଇ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଲୋକଙ୍କୁ ବିଭିନ୍ନ ପ୍ରକାର କିଟ  ଯୋଗାଇଦେବା ପାଇଁ ୫କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି । ଏହା ବ୍ୟତିତ ପାରାଦୀପ ଅଞ୍ଚଳରେ ରହୁଥିବା ଅନ୍ୟୁନ  ଏକ ହଜାର ପ୍ରବାସୀ ଶ୍ରମିକ ଓ ୩୦୦ ୱାର୍କରଙ୍କୁ ରାସନ କିଟ୍ ପ୍ରଦାନ କରାଯାଇଛି । ଏସବୁ ପରେ ଅସହାୟତା ଭିତରେ ଜୀବନ ବିତାଉଥିବା ସାଧାରଣ ଲୋକଙ୍କୁ ମଧ୍ୟ ରାସନ ବଣ୍ଟନ କରାଯାଇଆସୁଛି । ଲକ୍ ଡାଉନ ଜାରି ରହିଥିବା ବେଳେ ଏ ପ୍ରକ୍ରିୟା  ଚାଲୁ ରହିବ ବୋଲି କମ୍ପାନୀର ଓଡିଶା ହେଡ (ଏଚ୍ଆର) ପି କେ ମହାନ୍ତି ସୂଚନା ଦେଇଛନ୍ତି  । 

0
0
0
s2sdefault