ହେଡଲାଇନସ୍:

ସଜ ହେଇ ଆସିଥିଲେ ଦୋକାନ ଖୋଲିଲେ ଟାଙ୍କିବେ ବୋଲି : ହେଲେ ଦୋକାନ ଆଗରୁ ନିରାଶ ହୋଇଗଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ/ ବିମଳ କୁମାର ବାଗ : କେତେ ଆଶା କରିଥିଲେ ତଂଟି ଟିକେ ଓଦା ହେବ ବୋଲି | ଆଶା କରି ଆସିଥିଲେ ଦୋକାନକୁ | ହେଲେ ଚୁନରେ ଗୋଲେଇ ଚିହ୍ନ ଗୁଡାକ ଗ୍ରାହକ ମାନଙ୍କ ପାଇଁ ଅପେକ୍ଷା କରିଥଲେ ମଧ୍ୟ ଦୋକାନ ଖୋଲି ନଥିଲା |ନିରାଶ ହୋଇ ଫେରିଥିଲେ ଦୋକାନ ପାଖରୁ | 

ଏଇ  ଫଟୋଟି ହେଉଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସହରର ଥିବା ରାମପୁର ବ୍ରିଜ ପାଖ ମଦ ଦୋକାନର । ଦେଖନ୍ତୁ କିଭଳି ଆଜି ସକାଳର ଥିଲା ଦୃଶ୍ୟ । ଦୋକାନ ସମ୍ମୁଖରେ ଗ୍ରାହକଙ୍କ ସାମାଜିକ ଦୂରତା ନିୟମକୁ ନଜରରେ ରଖି ଚୁନରେ ଗୋଲ ବୁଲାହୋଇଛି । ଉଦେଶ୍ୟ ଥିଲା ସୋମବାର ସକାଳୁ ମଦ ଦୋକାନ ଖୋଲିଲେ ଲୋକଙ୍କୁ ଶୃଙ୍ଖଳିତ କରି ମଦ ବିକିବା । ରେଡ ଜୋନ କୁ ଛାଡି ଅନ୍ୟ ଜୋନରେ ମଦ ଦୋକାନ ଖୋଲାଯିବାକୁ ସରକାର ଅନୁମତି ଦେବା ପରେ ପ୍ରସ୍ତୁତିରେ ଲାଗିପଡିଥିଲେ ପାଟଣାଗଡର ମଦ ଦେକାନୀ । ଅତି ଆଶାବଦୀ ହୋଇପଡିଥିଲେ ଗ୍ରାହକ । ଯଦିଓ ମଦଦୋକାନୀ ସଂଘ ଦୋକାନ ଖୋଲିବା ନେଇ ଦ୍ୱନ୍ଦରେ ଥିଲେ | କିନ୍ତୁ ସଭିଙ୍କୁ ଜଣା ଥିଲା ସୋମବାର ହେବ ପ୍ରତୀକ୍ଷାର ଅନ୍ତ । ମଦ ଦୋକାନ ସକାଳୁ ବନ୍ଦ ଥିବା ଦେଖି ମଦ୍ୟପଙ୍କ ଖୁସି ଜୁଆରରେ ଭଟ୍ଟା ଆଣିଦେଇଛି | ହେଲେ ସହରରେ  କେବେ ମଦ ଦୋକାନ  ଖୋଲିବ ପ୍ରଶାସନ ତରଫରୁ ତାର କିଛି ଖବର ମିଲିପାରି ନାହିଁ।

 

0
0
0
s2sdefault