ହେଡଲାଇନସ୍:

ନିରବତାରୁ କୋଳାହଳ ମୁହାଁ ହେବ ଓଡିଶା : ଖୁସିଦିନ ନିଶ୍ଚୟ  ଫେରିବ ହେଲେ ବାସ କିଛି ଦିନ |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

କରୋନା ଯନ୍ତ୍ରଣାରେ ଛଟପଟ ହେଉଥିବା ଓଡିଶାବାସୀଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ନିଆରା ଉଦ୍ୟମ 

ଭୁବନେଶ୍ୱର(ଶାସକ ପ୍ରଶାସକ) :  "ନିରବତାରୁ କୋଳାହଳ ମୁହାଁ ହେବ ଓଡିଶା | ନିରବି ଯାଇଥିବା ସ୍ୱର ମୂର୍ଚ୍ଛନା ତୋଳିବ | "ମେଘ" ରାଗରେ ରାଗିଣୀ ତୋଳିବ ବର୍ଷା | ଝରଝର ପାଣି ଝରାଇ ସୁପ୍ତ ମନକୁ ଜାଗ୍ରତ କରିଦେବ | ଆକାଶ ପୁଣି ଘଡଘଡିଆ ଶବ୍ଦରେ ମୁକଜାରିତ ହେବ | ଶୁଖିଲା ବିଲରେ ସବୁଜ କିରଣ ଲହରିବ | ଗାଁରୁ ସହର ଯାଏ ଶୁଭିବ ସ୍କୁଲ ପିଲାଙ୍କ କୋଳାହଳ | ମା କ୍ଷୀର ନିଅ ବୋଲି ପୁଣି କବାଟ ସେପଟେ ଡାକିବା କ୍ଷୀରବାଲା | ଖୁସିଦିନ ନିଶ୍ଚୟ  ଫେରିବ ହେଲେ ବାସ କିଛି ଦିନ |

 ହୁଡହୁଡରୁ ଫନି ପର୍ଯ୍ୟନ୍ତ ଯେତେ ଯିଏ ଆସିଲେ ଆମକୁ ହରେଇବେ ବୋଲି ସେମାନେ ନିଜେ ହାରି ଚାଲିଗଲେ | ଭାଙ୍ଗିନୁ ତୁ କେବେ ଓଡ଼ିଆ ଯେ ହାରିବୁ ଆଜି ! ପୁଣି ସେ ହକି ଖେଳରେ ଚିୟର କରିବୁ ତୁ ସାରା ବିଶ୍ୱକୁ | ପୁଣି ଶୁଭିବ କରତାଳି , ପୁଣି ଉଇଁବ  ନୁଆଁ ସୁରୁଜ | ଜାଗିବ ନୂଆ ଆଶା ଲାଗିବ ନୁଆଁ ଭିଡ | ହାତ ଚାଟି ତୁ ରଘୁ ଦହିବରା ଖାଇବୁ | ପୁଣି ବଡ ଦାଣ୍ଡରେ ଜୟ ହଗନ୍ନାଥ ସ୍ୱାମୀ ଗାଇବୁ ତୁ | ପୁଣି  ଫେରିବ ସେ ଖୁସି ଦିନ ଆଉ କିଛି ଦିନ , ବାସ କିଛି ଦିନ |" 

କରୋନା ଯନ୍ତ୍ରଣାରେ ଛଟପଟ ହେଉଥିବା ଓଡିଶାବାସୀଙ୍କ ମନରେ ଟିକେ ଉତ୍ସାହ ଓ ବିଶ୍ୱାସ ଭରିଦେବା ପାଇଁ  ଏମିତି ଏକ ପ୍ରେରଣାଦାୟୀ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ | ଏହି ଭିଡିଓରେ ରାଜ୍ୟର କିଛି ଲୋକପ୍ରିୟ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ପଦ୍ମଶ୍ରୀ ହଳଧର ନାଗ, ଅଭିନେତ୍ରୀ ଅପରାଜିତା,ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ବର୍ଷା, ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, କେକେ ଦୁତି ଚାନ୍ଦଙ୍କ ଆମେତ ବହୁ କଳାକାର ଓ କ୍ରୀଡ଼ାବିତ ସାମିଲ ହୋଇଛନ୍ତି |  ଆଉ ଭିଡ଼ିଓର ଶେଷରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି " ମୁ ଆପଣମାନଙ୍କୁ ଅନୁରୋଧ କରିଛି ଯେ ଆପଣମାନେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ |"  ବୋଲି କହୁଥିବା ବେଳେ ୫ ଟି ସଚିବ ଭି କେ ପାଣ୍ଡିଆନ କରୋନା ହସ୍ପିଟାଲ ତଦାରଖ କରିବା ଦୃଶ୍ୟ ସ୍ଥାନିତ ହୋଇଛି | ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଭିଡ଼ିଓର ମୁକଜ୍ୟ ଆକର୍ଷଣ ପାଲଟିଥିବା ଗୀତଟିର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ | ଆଉ କଣ୍ଠଦାନ କରିଛନ୍ତି ଦୀପ୍ତି ଓ ସବିଶେଷ |

 

0
0
0
s2sdefault