ହେଡଲାଇନସ୍:

ବରଗଡ ଜିଲ୍ଲା   କ୍ରସର ମାଲିକ ସଂଘ ତରଫରୁ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୦୦୦୦୦ ଟଙ୍କା ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ)  :- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କୋରୋନାର କବଳରେ । ପ୍ରତ୍ୟେକ ଦିନ ଏହି ମହାମାରୀ ହଜାର ହଜାର ଲୋକଙ୍କର ମୂଲ୍ୟବାନ ଜୀବନ ନେଇ ଯାଉଛି । ଆମ ଦେଶର କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ଏହି ମହାମାରୀ କବଳରୁ ଦେଶ ବାସୀଙ୍କୁ ରକ୍ଷା କରିବାକୁ ଅନେକ ପ୍ରୟାସ କରୁଛନ୍ତି । କିନ୍ତୁ ଅମାରାଜ୍ୟ ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋବିଡ଼ 19 ଭୁତାଣୁ ରୁ ରାଜ୍ୟ ବାସୀଙ୍କ ସୁରକ୍ଷା ପାଇଁ ନେଇଥିବା ପଦକ୍ଷେପ ଆଜି ସାରା ବିଶ୍ୱ ପାଇଁ ଉଦାହରଣ ସାଜିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ କୋରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ବହୁ ସଚେତନ ନାଗରିକ , ବ୍ୟବସାୟୀ ସଂସ୍ଥା , ବିଭିନ୍ନ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡକୁ ସହାୟତା ରାଶି ପ୍ରେରଣ କରାଯାଇଛି । ଆଜି ଏହି କ୍ରମରେ ବରଗଡ ଜିଲ୍ଲା   କ୍ରସର ମାଲିକ ସଂଘ ତରଫରୁ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 300000/_ (ତିନି ଲକ୍ଷ ଟଙ୍କା)ର ଏକ DD ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଙ୍କୁ  ପ୍ରଦାନ କରାଯାଇଥିଲା। ଏହି ଅବସରରେ କ୍ରସର ମାଲିକ ସଂଘ ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ସିଂ ଏବଂ ଯୁଗ୍ମ ସଂପାଦକ ଉମେଶ ପ୍ରଧାନ ଉପସ୍ଥିତ ଥିଲେ ବୋଲି ସଂଘର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଜଣାଇଛନ୍ତି ।

0
0
0
s2sdefault