ହେଡଲାଇନସ୍:

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କଣ୍ଟ୍ରାକ୍ଟର ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ଶାସକ ପ୍ରଶାସକ)- କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ଦ୍ୱାରା  ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ତିନି ମାସର ଦରମା ପ୍ରଦାନ କରିଛନ୍ତି । ଏହି କ୍ରମରେ ଆଜି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କଣ୍ଟ୍ରାକ୍ଟର ୟୁନିୟନ ବରଗଡ଼ର ଭାଇମାନେ ମିଳିତ ଭାବରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗର ହାତ ବଢ଼ିଇଛନ୍ତି । ସେମାନେ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଙ୍କ ଜରିଆରେ ୨,୭୧,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଅଭିଶେଖ ରଥ,ଦୁର୍ଲଭ ବେହେରା, ଗିରିଶ ପାଣିଗ୍ରାହୀ, ମହେନ୍ଦ୍ର ଖୁଣ୍ଟିଆ, ନରେଶ ମେହେର, ରିତେଶ ମିତ୍ର, ଅନୁପ ଅଗ୍ରୱାଲ, ଗ୍ୟାନଦେବ ଦାଶ,ସୁରେଶ ମିଶ୍ର, ସାରଥି ସାହୁ, ତୁଷାର ପତି,ମନୋରଞ୍ଜନ ପାତ୍ର,ଦିନେଶ ଅଗ୍ରୱାଲ, ବିଜୟ ସାହୁ,ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault