ହେଡଲାଇନସ୍:

କରୋନା ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବଡା ଅଙ୍ଗନୱାଡି କେନ୍ଦ୍ରର  କର୍ମୀ  କରୋନା ସର୍ଭେ ବେଳେ ମୃତ୍ୟୁ ଘଟିଛି ।ମୃତ ଅଙ୍ଗନୱାଡି କର୍ମୀ ହେଲେ ଖଣ୍ଡ ହତା ଗାଁ ର କିଶୋରୀ ଥାଟି( ୫୬) ।ସୂଚନା ଅନୁସାରେ ବିଭାଗର ନିର୍ଦ୍ଦେଶକ୍ରମେ ସେ ୧୦ ଟାରେ ବୁରୁବୁଡା ଗ୍ରାମରେ ଘରକୁ ଘର ଯାଇ କରୋନା ପାଇଁ ସର୍ଭେ କରୁଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥତା ଅନୁଭବ କରି ତଲେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଗାଡିରେ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର କିଶୋରୀ ଙ୍କୁ  ମୃତ ଘୋଷଣା  କରିଥିଲେ । କରୋନା ପାଇଁ କାର୍ଯ୍ୟରତ ସମୟରେ ଅଙ୍ଗନୱାଡି କର୍ମୀଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।

0
0
0
s2sdefault