ହେଡଲାଇନସ୍:

ପୂର୍ବତନ ବିଧାୟକ ଯୋଗେଶଙ୍କ ଅନୁରୋଧ ରଖିଲେ ମସନିକାନି ଟୋଲପ୍ଲାଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିନିଶହ ଅସହାୟ  ପରିବାରକୁ ଯୋଗାଇଦେଲେ ଶୁଖିଲା ଖାଦ୍ୟ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :- ମୁଖ୍ୟମନ୍ତ୍ରୀଙ୍କ   "କେହି ଭି ଭୋକିଲା ରହିବେ ନାହିଁ" (ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ) କାର୍ଯ୍ୟକ୍ରମକୁ ଅନୁସରଣ କରି ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ  ଯୋଗେଶ କୁମାର  ସିଂ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱ ଟୋଲ ପ୍ଳାଜ଼ାକୁ ପୌରାଞ୍ଚଳର ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ  ଅନୁରୋଧ କରିଥିଲେ l ସୁନ୍ଦରଗଡ଼ ମସନିକାନି ଟୋଲ ପ୍ଳାଜ଼ା ଏରିଆ  ମ୍ୟାନେଜର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ଅନୁରୋଧ କୁ ରକ୍ଷା କରି ତାଙ୍କ ଅନୁରୋଧ କ୍ରମେ ଆଜି   ସୁନ୍ଦରଗଡ଼ ମସନିକାନି ବିଜୁ ଏକ୍ସପ୍ରେସ ୱ ଟୋଲ ପ୍ଳାଜ଼ା ତରଫରୁ  ଟୋଲ ପ୍ଲାଜା ମ୍ୟାନେଜର ସତ୍ୟବ୍ରତ ପ୍ରଧାନ, ଆଶୁତୋଷ ନାଏକ ଙ୍କ ଉପସ୍ଥିତିରେ ଓ ସୁନ୍ଦରଗଡ଼ ସଦର ଉପ୍ଜ଼ିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଓ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ ଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ପୌରାଞ୍ଚଳର ରାସନ କାର୍ଡ ରୁ ବଞ୍ଚିତ ରହିଯାଇଥିବା ୩୦୦ ଅସହାୟ ପରିବାରକୁ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା l ଅଶୋକ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେ ଟୋଲ ପ୍ଲାଜା ମ୍ୟାନେଜର ଙ୍କ ସହିତ ୱାର୍ଡ ୱାର୍ଡ ବୁଲି ଅସହାୟ ପରିବାରଙ୍କୁ ବଣ୍ଟନ କରିଥିଲେ l ତାଙ୍କୁ  ଏହି କାର୍ଯ୍ୟକ୍ରମ ରେ  ସହଯୋଗ କରିଥିଲେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ ପଣ୍ଡା,  ବିଜୁ ଛାତ୍ର  ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ କୁମାର ନାଏକ, ପୂର୍ବତନ କାଉନ୍ସିଲର ସୁମନ୍ତ ସାହୁ, ପଞ୍ଚା ବାରଲା, ବୀଣା ସାହୁ, ତ୍ରିଲୋଚନ କୋକ, ଦିପକ ଉର୍ମା, ଶିବାଜୀ ନାଏକ, ସେହଵାଜ ହୁସେନ , ବିସ୍ମୟ ପଟ୍ଟନାୟକ, ଲୁଇସ କୁଲୁ, ଚନ୍ଦନ ମାଝୀ, ଅଜୟ ସାହୁ, ରୋଶନ ସାହୁ, ମନୋରମା ଦାସ, ବନି ସୁନ୍ୟlନି ସମେତ ଅନ୍ୟମାନେ  l

0
0
0
s2sdefault