ହେଡଲାଇନସ୍:

ଲଉଡିଦରହା ଗ୍ରାମରେ କରୋନା ସଚେତନତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର/ ଶାସକ ପ୍ରଶାସକ : ବରଗଡ ଜିଲ୍ଲା ଝାରବନ୍ଦ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତ ର ଲଉଡିଦରହା ଗ୍ରାମ ରେ କରୋନା ସଚେତନତା କାର୍ଯ୍ୟକ୍ରମ କୁ ଜୋରଦାର କରାଯାଇଛି ।
କରୋନା ପାଇଁ ମେ ୩ ପର୍ଯ୍ୟନ୍ତ ଲକଡାଉନ ବଢିଛି ସାମାଜିକ ଦୁରତ୍ଵ ରକ୍ଷ୍ୟା କରି ମୁହଁରେ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଆଉ ମଧ୍ୟ ବାହାରେ ଏଣେ ତେଣେ ଛେପ ନପକେଇ ବାରମ୍ବାର ନିଜ ହାତ ଯଥା ସମ୍ଭବ ସାନିଟାଇଜର୍ ରେ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି । ଡଭା ସରକାରୀ ଡାକ୍ତରଖାନାରୁ ତ୍ରିନାଥ ସାହୁ ,ପ୍ରଦୀପ କୁମାର ଭୋଇ ,ଅରୁଣ କୁମାର ଭୋଇ ଙ୍କ ନିର୍ଦେଶ ରେ ଅଙ୍ଗନବାଡି କର୍ମୀ ମୀନା ଜଗତ ,ଏଏନଏମ ମାର୍ଗରେଟ ସରେନ , ଆଶା କର୍ମୀ ଭାନୁମତି ପ୍ରଧାନ ଗ୍ରାମବାସୀଙ୍କୁ କରୋନା ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ଘରେ ରହିବା ସହ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଓ କାଶ, ଛିଙ୍କ,ଜ୍ୱର ଆଦି ସମ୍ପର୍କରେ ନିରୀକ୍ଷଣ କରି ସୁସ୍ଥ ରହିବା ସହ ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟ କ୍ରମ ରେ ବିନୋବା ଭାବେ କ୍ଳବ ର ସଦସ୍ୟ କିଶୋର ସାମଲ,ସାମ୍ବାଦିକ ମନୋହର ଦାଶ, ଜ୍ୟୋତିରଞ୍ଜନ ଜଗତ,ରାମଦାସ ମାଝୀ, ସୁକୃ ବାଗ, ଚକ୍ରଧର ଜଗତ,ଲୋକନାଥ ଜଗତ,ତୀର୍ଥ ଜଗତ,ତାରଚନ୍ଦ ଜଗତ,ସମେତ ସମସ୍ତ ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ  ।

0
0
0
s2sdefault