ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା ରାଶି ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର - କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହିକ୍ରମରେ ଆଜି ପଦ୍ମପୁର  ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ ତଥା କର୍ମଚାରୀ ସମୁହ ଙ୍କ ତରଫରୁ ସଂଗୃହିତ ଦିନକର ଦରମା ୩୧୦୦୦ ଟଙ୍କା ମାତ୍ର ର ଏକ ଚେକ୍ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ପଦ୍ମପୁର ଉପ ଜିଲ୍ଲାପାଳ  ତନ୍ମୟ କୁମାର ଦରୱାନ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସର ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଏହି ସହାୟତା ରାଶି ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ଗଣ ଉପସ୍ଥିତ ଥିଲେ । ସେଭଳି ଦହିତା ଗ୍ରାମ ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ୭୦୦୦ଟଙ୍କା ର ସହାୟତା ରାଶି ଏକ ଚେକ୍ ଆକାରରେ ସଭାନେତ୍ରୀ ହରିପ୍ରିୟା ଭୋଇ, ସଂପାଦିକା ତିଲୋତ୍ତମା ବାଗ ଉପଜିଲ୍ଲାପାଳ ଙ୍କ କାର୍ଯାଳୟ ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏଭଳି ମହତ୍ କାର୍ଯ୍ୟପାଇଁ ଉପଜିଲ୍ଲାପାଳ ଦରୱାନ ସମସ୍ତଙ୍କ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ବୋଲି ପଦ୍ମପୁର   ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ  ଜଣାଇଛନ୍ତି  ।

0
0
0
s2sdefault