ହେଡଲାଇନସ୍:

କାର୍ଯ୍ୟକାଳ ୩୦ରେ ପୂରିବ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦାୟିତ୍ୱ ସରକାରଙ୍କ ହାତକୁ ଯିବାର ସମ୍ଭାବନା, ନିଯୁକ୍ତ ହୋଇପାରନ୍ତି ନୋମିନେଟେଡ଼ ସଭାପତି

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ କେନ୍ଦ୍ର ସମବାୟ ସମିତି ପରିଚାଳନା ବୋର୍ଡ  କାର୍ଯ୍ୟକାଳ ଚଳିତ ମାସ ୨୬ରେ ପୂରଣ ହେଉଥିବା ବେଳେ ବୋର୍ଡ ୩୦ରେ ଡ଼ିଜଲଭ ହେଉଥିବାର ଜଣାପଡ଼ିଛି । ଏହା ପୂର୍ବରୁ ନୂତନ ବୋର୍ଡ  ଗଠନ ନିମନ୍ତେ ନିର୍ବାଚନ ହୋଇ ନ ଥିବା ଫଳରେ ବ୍ୟାଙ୍କର ପରିଚାଳନା ଦାୟିତ୍ୱ ସିଧାସଳଖ ଭାବେ ସରକାରଙ୍କ ଅଧୀନକୁ ଚାଲିଯିବ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜଣେ ସରକାରୀ ପଦାଧିକାରୀ ଅଥବା ଅଧିକାରୀ ଅସ୍ଥାୟୀ ସଭାପତି ଭାବେ ମନୋନୀତ ହୋଇ  ନୂତନ ବୋର୍ଡ  ନିର୍ବାଚନ ନହେବା ପର୍ଯ୍ୟନ୍ତ ବ୍ୟାଙ୍କର ପରିଚାଳନା ଦାୟୁତ୍ୱରେ ରହିବେ । କିନ୍ତୁ ରାଜ୍ୟ ସରକାର କୌଣସି ସରକାରୀ ପଦାଧିକାରୀଙ୍କୁ ଏହି ଦାୟିତ୍ୱରେ ମନୋନୀତ ନକରାଇ ୨୦୧୧-୧୨ ପରି ବାହାର କୌଣସି ଦଳୀୟ ବ୍ୟକ୍ତିଙ୍କୁ ସଭାପତି ପଦବୀରେ ଥଇଥାନ କରାଇବା ପାଇଁ ଯୋଜନା କରୁଛନ୍ତି ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଏବିଷୟରେ ଡ଼ିଆରସିଏସ ଦମୟନ୍ତୀ ସିଂଙ୍କ କହିବା ଅନୁଯାୟୀ,  ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡ  ଚଳିତ ମାସ ୩୦ ତାରିଖରେ ତାର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି ଏବଂ ଏବିଷୟରେ  ସରକାରଙ୍କୁ ଲିଖିତ ଭାବେ ଜଣାଇ ସାରିଛୁ ।  କୌଣସି ଉତ୍ତର ଆସି ନାହିଁ । ସରକାରଙ୍କ ପରବର୍ତ୍ତି ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ସେହିପରି ବ୍ୟାଙ୍କର ଭାରପ୍ରାପ୍ତ ସିଇଓ ପ୍ରକାଶ ବାରିକ ବୋର୍ଡ  ଭାଙ୍ଗିବା ପରେ ସରକାରଙ୍କ ନିଷ୍ପତ୍ତି ତଥା ନିର୍ଦ୍ଦେଶ  ଯାହା ଆସିବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି  ପ୍ରକାଶ କରିଥିବା ସମୟରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ସରକାର ପୂର୍ବର ତୃଟିକୁ ପୁଣି ଥରେ ସରକାର ପୁରାରାବୃତ୍ତି  କରାଇବେ ନାହିଁ ବୋଲି ମନେ କରେ । ଯଦି ସରକାର ବ୍ୟାଙ୍କରେ ନୋମିନେଟେଡ଼  ସଭାପତି ଭାବେ ବାହାରୁ କାହାକୁ ଥଇଥାନ କରାଇବାର ନିଷ୍ପତ୍ତି ନିଅନ୍ତି ,ତେବେ ତାହା ସରକାର ପ୍ରତି ବୁମେରାଂ ହେବ ବୋଲି କହିଥିଲେ ।

0
0
0
s2sdefault